ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ !
ମିଡିଆ ରିପୋର୍ଟ ଅନୁଯାୟୀ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଆସନ୍ତାକାଲି ସୁଦ୍ଧା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଘୋଷଣା କରିବ। ତେବେ ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ର
ନୂଆଦିଲ୍ଲୀ: ମିଡିଆ ରିପୋର୍ଟ ଅନୁଯାୟୀ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଆସନ୍ତାକାଲି ସୁଦ୍ଧା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଘୋଷଣା କରିବ। ତେବେ ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ରେଜଲ୍ଟ ଯାଞ୍ଚ କରିପାରିବେ ।

ଛାତ୍ରମାନେ ବର୍ତ୍ତମାନ ସେମାନଙ୍କ ଶ୍ରେଣୀ 10 ଫଳାଫଳ ପ୍ରକାଶ ପାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଯଦିଓ ତାରିଖ ବିଷୟରେ କୌଣସି ସରକାରୀ ଘୋଷଣା ହୋଇନାହିଁ । ତେଣୁ, ଛାତ୍ରମାନଙ୍କୁ ଅଫିସିଆଲ୍ ୱେବସାଇଟ୍ cbse.nic.in ରେ ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
CBSE ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ତାରିଖ ଏବଂ ସମୟ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏପର୍ଯ୍ୟନ୍ତ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ 2021 ରିଲିଜ୍ ପାଇଁ କୌଣସି ଚୁଡାନ୍ତ ତାରିଖ କିମ୍ବା ସମୟ ଘୋଷଣା କରିନାହିଁ । ଯଦିଓ ଦଶମ ଶ୍ରେଣୀ ଫଳାଫଳ ପାଇଁ ଧାର୍ଯ୍ୟ ତାରିଖ ଜୁଲାଇ 20 ଅଟେ। ଆଶା କରାଉଛି ଯେ, ପରୀକ୍ଷା ଫଳାଫଳ ନେଇ ଆଜି ସନ୍ଧ୍ୟା ବିଦ୍ଧିବଦ୍ଧ ଘୋଷଣା କରାଯିବ ।
CBSE ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ କିପରି ଯାଞ୍ଚ କରିବେ
ଯେଉଁ ଛାତ୍ରମାନେ ଏହି ବର୍ଷ CBSE ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ସେମାନଙ୍କର ଫଳାଫଳ ବୋର୍ଡ ଅଫିସିଆଲ୍ ୱେବସାଇଟ୍, cbse.nic.in ଏବଂ cbseresults.nic.in ମାଧ୍ୟମରେ ଦେଖିପାରିବେ ।












Click it and Unblock the Notifications