ବଡ଼ ନିଷ୍ପତି ନେଲେ କେନ୍ଦ୍ର ସରକାର : ଦଶମ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ
CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଛି ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ତ୍ତମାନ ସ୍ଥିତିକୁ ଦେଖି ସ୍ଥଗିତ ରଖାଯାଇଛି
ନୂଆଦିଲ୍ଲୀ : ସାରା ଦେଶରେ ବଢୁଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସ୍ଇ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଛି ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ତ୍ତମାନ ସ୍ଥିତିକୁ ଦେଖି ସ୍ଥଗିତ ରଖାଯାଇଛି । ବୋର୍ଡ ଦ୍ୱାରା ପ୍ରସ୍ତୁତ ମାନଦଣ୍ଡ ଆଧାରରେ ଦଶମ ଫଳାଫଳ ପ୍ରକାଶ ପାଇବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ଅନୁଷ୍ଠିତ ହେବ, ବୋର୍ଡ ଜୁନ୍ 1 ରେ ପରିସ୍ଥିତିର ସମୀକ୍ଷା କରିବ । ଏହି ସୂଚନା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି, "ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଦଶମ ଶ୍ରେଣୀର ଛାତ୍ରମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଠାଯିବ । ଯଦି ଜଣେ ଛାତ୍ର ମୂଲ୍ୟାଙ୍କନରେ ସନ୍ତୁଷ୍ଟ ନୁହଁନ୍ତି, ତେବେ କରୋନା ପରିସ୍ଥିତି ସ୍ୱାଭାବିକ ହେଲେ ସେ ପରୀକ୍ଷା ଦେଇପାରିବେ । "













Click it and Unblock the Notifications