ଫେବୃଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା । ଫେବୃଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ ଯାଏଁ ଦଶମ ପରୀକ୍ଷା ହେବ । ଦ୍ୱାଦଶ ପରୀକ୍ଷା ଏପ୍ରିଲ୍ ୫ ଯାଏ ହେବ ବୋଲି ତାରିଖ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା । ଫେବୃଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ ଯାଏଁ ଦଶମ ପରୀକ୍ଷା ହେବ । ଦ୍ୱାଦଶ ପରୀକ୍ଷା ଏପ୍ରିଲ୍ ୫ ଯାଏ ହେବ ବୋଲି ତାରିଖ ଘୋଷଣା କରାଯାଇଛି । ପିଲାମାନେ cbse.gov.in କୁ ଯାଇ ପରୀକ୍ଷା ତାରିଖ ଓ ସମୟ ବିଷୟରେ ଜାଣି ପାରିବେ ।

ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସଇ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁୟାରୀ ୧ରୁ ଆରମ୍ଭ ହେବ । ସେହିପରି ଥିଓରୀ ପରୀକ୍ଷା ଫେବୃଆରୀ ୧୫ ରୁ ଆରମ୍ଭ ହେବ । ଏପ୍ରିଲ ୫ରେ ପରୀକ୍ଷା ସରିବ । କଡା ସୁରକ୍ଷା ଏବଂ କୋଭିଡ ନିୟମ ଅନୁଯାୟୀ ପରିକ୍ଷା ହେବ ବୋଲି ଆଶା କରାଯାଉଛି ।
ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦.୩୦ରେ ଆରମ୍ଭ ହେବ ଓ କିଛି ପରୀକ୍ଷା ୧୨.୩୦ରେ ସରିବାକୁ ଥିବା ବେଳେ ଆଉ କିଛି ବିଷୟର ସମୟ ୧.୩୦ରେ ଶେଷ ହେବ । ପରୀକ୍ଷା ପ୍ରଶ୍ନପତ୍ର ପଢ଼ିବା ପାଇଁ ଉଭୟ କ୍ଲାସର ପିଲାଙ୍କୁ ୧୫ ମିନିଟ୍ ସମୟ ଦିଆଯିବ । ଏହାପରେ ସେମାନେ ଉତ୍ତର ଲେଖିବା ଆରମ୍ଭ କରିବେ । ସେହିପରି ପ୍ରାଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ଫେବୃଆରୀ ୧୪ରେ ସରିବ । ଏହାର ପରଦିନ ଅର୍ଥାତ୍ ୧୫ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୩ ବୋର୍ଡ ପରୀକ୍ଷା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ସିବିଏସଇ ପକ୍ଷରୁ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ର (ସିଡବ୍ଲ୍ୟୁଏସଏନ) ମାନଙ୍କ ପାଇଁ ଏକ ପୋର୍ଟାଲ୍ ଖୋଲିଛି ।












Click it and Unblock the Notifications