ଅଫ୍ଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ; ଜାଣନ୍ତୁ, କେମିତି କରିବେ ଡାଉନଲୋଡ୍
ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ), ଓଡ଼ିଶା ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ଅଫଲାଇନ୍ ପରୀକ୍ଷା ପାଇଁ ମୋଟ 15,151 ଛାତ୍ରଛାତ୍ରୀ ଫର୍ମ ଫିଲଅଫ କରିଛନ୍ତି ।
ଭୁବନେଶ୍ବର: ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ), ଓଡ଼ିଶା ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ଅଫଲାଇନ୍ ପରୀକ୍ଷା ପାଇଁ ମୋଟ 15,151 ଛାତ୍ରଛାତ୍ରୀ ଫର୍ମ ଫିଲଅଫ କରିଛନ୍ତି । ତେବେ ପରୀକ୍ଷା ପାଇଁ 504 ଟି କେନ୍ଦ୍ର ଧାର୍ଯ୍ୟ କରାଯାଇଛି ବୋଲି ବୋର୍ଡ କହିଛି।

ଅଫଲାଇନ୍ HSC, SOSC ଏବଂ madhyama ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ bseodisha.ac.in ୱେବସାଇଟରେ ଉପଲବ୍ଧ ହୋଇଛି । ୱେବସାଇଟରେ ଉପଲବ୍ଧ ଲିଙ୍କରେ ସ୍କୁଲ୍ କୋଡ୍ ପ୍ରବେଶ କରି ଏହାକୁ ଡାଉନଲୋଡ୍ କରାଯାଇପାରିବ । ପରୀକ୍ଷାର୍ଥୀଙ୍କ ନାମ ଏବଂ ପିତାଙ୍କ ନାମ ପ୍ରବେଶ କରି କାର୍ଡ ଆଡମିଟ୍ ଡାଉନଲୋଡ୍ କରିବେ ହେବ ବୋଲି ବୋର୍ଡ ସୂଚନା ଦେଇଛି। ଆସନ୍ତା ଜୁଲାଇ 30ରୁ ମାଟ୍ରିକ ଅଫଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ ।
ଅଫ୍ଲାଇନ୍ ମେଟ୍ରିକ ପରୀକ୍ଷା-୨୦୨୧ ପାଇଁ ପରୀକ୍ଷାର୍ଥୀମାନେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ https://t.co/RGOVbAtdUl ମାଧ୍ୟମରେ ଡାଉନଲୋଡ୍ କରିପାରିବେ। ୧୫୧୫୧ ଛଣ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ ୫୦୪ଟି ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। #OdishaCares pic.twitter.com/GtxZTmjcyn
— I & PR Department, Odisha (@IPR_Odisha) July 22, 2021












Click it and Unblock the Notifications