ଆଜି ୪ଟାରେ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳ
ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳ। ମୋଟ ୧୫, ୧୩୬ ଛାତ୍ରଛାତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇବ।
କଟକ: ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳ। ମୋଟ ୧୫, ୧୩୬ ଛାତ୍ରଛାତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ଯେଉଁମାନେ ପ୍ରି ବୋର୍ଡ ପରୀକ୍ଷା ଆଦୌ ଦେଇ ନ ଥିବେ ସେମାନଙ୍କର ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଥିଲା । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇଥିଲା।












Click it and Unblock the Notifications