ବାହାରିଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ: ବଢିଲା ୨୭୧ ଜଣଙ୍କ ମାର୍କ, କମିଲା ୪୫୯ ଜଣଙ୍କର
ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ ପାସ ହାର ୮୦.୮୩ ପ୍ରତିଶତ ରହିଛି । ମୋଟ ୧୫୧୩୬ ଛାତ୍ରଛାତ୍ରୀ ଦେଇଥିଲେ ମାଟ୍ରିକ ପରୀକ୍ଷା ।
କଟକ: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ ପାସ ହାର ୮୦.୮୩ ପ୍ରତିଶତ ରହିଛି । ମୋଟ ୧୫୧୩୬ ଛାତ୍ରଛାତ୍ରୀ ଦେଇଥିଲେ ମାଟ୍ରିକ ପରୀକ୍ଷା ।

ଅଫଲାଇନ ମାର୍କିଂ ପରେ ହୋଇଥିବା ଏହି ପରୀକ୍ଷାରେ ୨୭୧ ଛାତ୍ରଛାତ୍ରୀଙ୍କ ମାର୍କ ବଢ଼ିଥିବା ବେଳେ ୪୫୯ ଜଣଙ୍କ ଅଫଲାଇନ୍ ପରୀକ୍ଷାରେ କମିଛି ମାର୍କ । ସେହିପରି ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି ।
ସେହିପରି ୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ମୋଟ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨,ଏ- ୨ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି'ରେ ୫୯୯ ଜଣ, ଡି ଗ୍ରେଡ୍ରେ ୮୪୬ଜଣ, ଇ ଗ୍ରେଡ୍ରେ ୨୬୮୫ ଜଣ ପାସ୍ କରିଛନ୍ତି ।
ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ମୋଟ ୭୪.୩ ଜଣ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ତେବେ ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି କହିଛି ବୋର୍ଡ ।
ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ତେବେ ମାର୍କରେ ଅସନ୍ତୁଷ୍ଟ ରହିଥିବା ଛାତ୍ରଛାତ୍ରୀଙ୍କୁ ଅଫଲାଇନ ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲା ବୋର୍ଡ ।












Click it and Unblock the Notifications