ଆନ୍ଦୋଳନରୁ ଓହରିଲେ ବୋଷ କଲେଜ ଛାତ୍ରଛାତ୍ରୀ
କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଆନ୍ଦୋଳନରୁ ଓହରିବା ପରେ ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହୋଇଛନ୍ତି ।
କଟକ: କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଆନ୍ଦୋଳନରୁ ଓହରିବା ପରେ ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷାବର୍ଷ ବିଳମ୍ବ ହୋଇସାରିଥିବାରୁ ଆଉ ପରୀକ୍ଷା ଘୁଞ୍ଚାଇବା ପିଲାଙ୍କ କ୍ୟାରିୟର ପାଇଁ କ୍ଷତିକାରକ ହେବ ବୋଲି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହାପରେ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହୋଇଥିଲେ।
ଅନ୍ୟପଟେ କୋଭିଡ୍ ପଜିଟିଭ୍ ଆସିଥିବା ଦୁଇ ଛାତ୍ର ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେଇଛନ୍ତି ।












Click it and Unblock the Notifications