BIG BREAKING: ବଦଳିପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ସୂଚୀ
ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ଭୁବନେଶ୍ୱର: ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ । CHSEକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗଣିତ ପରୀକ୍ଷାର ଗୋଟିଏ ଦିନ ବ୍ୟବଧାନରେ ପରବର୍ତ୍ତୀ ପରୀକ୍ଷା ଅଛି ।

ବିଜ୍ଞାନ ପିଲାଙ୍କ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ କମ୍ ଦିନର ବ୍ୟବଧାନ ରହିଥିଲା, ଏଥିପାଇଁ ଦେଖା ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ତେଣୁ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ CHSE କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଏଥର ୧ ହଜାର ୫୮୬ କଲେଜର ଛାତ୍ରଛାତ୍ରୀ ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ପୂରା ପରୀକ୍ଷା ସିସିଟିଭିରେ ମନିଟରିଂ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
CHSEର ପୂର୍ବ ବିଜ୍ଞପ୍ତି ଅନୁସାରେ ବାର୍ଷିକ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ କରାଯିବ ଏବଂ ପ୍ରତିଦିନ ସକାଳ ଗୋଟିଏ ସିଟିଂରେ ୯ ଟାରୁ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଭୋକେସନାଲ୍ ଷ୍ଟ୍ରିମର ୩.୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ ।












Click it and Unblock the Notifications