ଆଇଆଇଟି ଭୁବନେଶ୍ୱରର 10 ଛାତ୍ର କରୋନା ପଜେଟିଭ୍
ଏହି ପରିପ୍ରେକ୍ଷିରେ ଆଜି ଭୁବନେଶ୍ବର IIT ର 10 ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର । ପୁଣି ରାଜଧାନୀକୁ ଫେରିଛି କରୋନା । ଗତକିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ବିଗିଡିବାରେ ଲାଗିଛି । ବିଶେଷ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହେଉଥିବା ଦେଖା ଯାଉଛି । ଏହି ପରିପ୍ରେକ୍ଷିରେ ଆଜି ଭୁବନେଶ୍ବର IIT ର 10 ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଦେଖାଯିବାରୁ ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯାଇଥିଲା ।

ପରୀକ୍ଷା ପରେ ଏମାନଙ୍କ ଠାରେ ଭୂତାଣୁ ଥିବା ନେଇ ସ୍ପଷ୍ଟ ହୋଇଛି ବୋଲି ବିଏମସି ଅଧିକାରୀ କହିଛନ୍ତି । ପୂର୍ବରୁ 8 ଜଣ ସଂକ୍ରମିତ ହୋଇଥିଲେ । ଆଜି ଆଉ 2ଜଣ ପଜିଟିଭ ଚିହ୍ଟଟ ହୋଇଛନ୍ତି । ଆକ୍ରାନ୍ତ ସମସ୍ତଙ୍କୁ ସଂଗରୋଧରେ ରଖାଯାଇଛି । ଏଯାବତ୍ ମୋଟ୍ 45 ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇଛି । ସେହିପରି ରାଜଧାନୀର ଆଲେନ କୋଚିଂ ସେଣ୍ଟରରେ ମଧ୍ୟ କିଛି ଛାତ୍ରଛାତ୍ରୀ କରୋନା ପଜେଟିଭ୍ ଆସିଛନ୍ତି । ଏଠାରେ ସୂଚନାଥାଉକି ରାଜ୍ୟରେ କିଛି ଦିନ ଧରି 200ରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।
More From












Click it and Unblock the Notifications