ଉଠବସ୍ ହୋଇ ଛାତ୍ରୀ ଅସୁସ୍ଥ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ, ବିଳମ୍ବରେ ଆସିବାରୁ ଦଣ୍ଡ ଦେଇଥିଲେ ଶିକ୍ଷକ
ପାଟଣାଗଡ ବାପୁଜି ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ବଲାଙ୍ଗୀର: ପାଟଣାଗଡ ବାପୁଜି ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣା ସମ୍ପର୍କରେ ପୁଂଖାନୁପୁଂଖ ତଦନ୍ତ ପାଇଁ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସାଦ ମାଝିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ସ୍କୁଲକୁ କିଛି ଛାତ୍ରଛାତ୍ରୀ ବିଳମ୍ବରେ ଆସିଥିଲେ । ପ୍ରାର୍ଥନା ପରେ ସେମାନଙ୍କୁ ଶିକ୍ଷକ ଦଣ୍ଡ ସ୍ଵରୂପ ଶହେ ଥର ଉଠବସ କରାଇଥିଲେ । ଫଳରେ ୧୧ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଛାତ୍ରୀଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଅସୁସ୍ଥ ଛାତ୍ରୀଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଜଣେ ଛାତ୍ରୀ ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।












Click it and Unblock the Notifications