ଆଗାମୀ ୨ ଦିନ ପାଇଁ ସଟ୍ଡାଉନ୍ ଘୋଷଣା ହେଲା ଏହି କଲେଜ
ଢେଙ୍କାନାଳ ଜିଲ୍ଲା ସ୍ଥିତ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟକୁ ୨ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି ।
ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ସ୍ଥିତ ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟକୁ ୨ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ମହାବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ ।

ମିଳିଥିବା ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରୁ କିଛି ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାପରେ ତୁରନ୍ତ ମହାବିଦ୍ୟାଳକୁ ୨ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ମହାବିଦ୍ୟାଳୟ ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ।
ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂପ୍ପର୍ଶରେ ଆସିଥିବା ସମସ୍ତଙ୍କ ବ୍ୟକ୍ତିଙ୍କ କୋଭିଡ଼ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଜାରିଆରେ ପାଠ ପଢିପାରିବେ ।












Click it and Unblock the Notifications