ପ୍ରକାଶ ପାଇଲା ASO ପରୀକ୍ଷା ଫଳ, ଜାଣନ୍ତୁ କେମିତି କରିବେ ଚେକ୍ ?

ଓଡିଶା ଜନସେବା ଆୟୋଗ (ଓପିଏସସି) ଆଜି ସହକାରୀ ବିଭାଗ ଅଧିକାରୀ ବା ଏଏସ୍ଓ (ASO) ର ଲିଖିତ ପରୀକ୍ଷା ଫଳ ପ୍ରକାଶ କରିଛି । ଏଥିରେ ୧୧୦୪ ପ୍ରାର୍ଥୀ ସ୍କିଲ ଟେଷ୍ଟ ପାଇଁ ମନୋନୀତ ହୋଇଛନ୍ତି ।

ଭୁବନେଶ୍ୱର: ଓଡିଶା ଜନସେବା ଆୟୋଗ (ଓପିଏସସି) ଆଜି ସହକାରୀ ବିଭାଗ ଅଧିକାରୀ ବା ଏଏସ୍ଓ (ASO) ର ଲିଖିତ ପରୀକ୍ଷା ଫଳ ପ୍ରକାଶ କରିଛି । ଏଥିରେ ୧୧୦୪ ପ୍ରାର୍ଥୀ ସ୍କିଲ ଟେଷ୍ଟ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ କଟକସ୍ଥିତ ଆୟୋଗଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି ।

ASO Results Declared

ନଭେମ୍ବର 11 ରୁ ଡିସେମ୍ବର 18 ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିବ । ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଆୟୋଗର ୱେବସାଇଟ୍ www.opsc.gov.in ରେ ଉପଲବ୍ଧ ହୋଇଛି । ତେବେ ସର୍ଟ ଲିଷ୍ଟେଡ ହୋଇଥିବା ପ୍ରାର୍ଥୀଙ୍କ ଯୋଗ୍ୟତା କେବଳ ସାମୟିକ । ମୂଳ ପ୍ରମାଣପତ୍ର / ଦଲିଲ ଯାଞ୍ଚ କିମ୍ବା ପରେ ଯେକୈଣସି ପର୍ଯ୍ୟାୟରେ କୈଣସି ତୃଟି ପାଇଁ ସେମାନେ ରିଜେକ୍ଟ ହୋଇପାରନ୍ତି ବୋଲି କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି । ତେବେ ଏହା ମୂଳ ସାର୍ଟିଫିକେଟ୍ / ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ବିସ୍ତୃତ କାର୍ଯ୍ୟକ୍ରମ ପରେ ସୂଚିତ କରାଯିବ ।

ସେହିଭଳି, ନଭେମ୍ବର 27 ରେ ହେବାକୁ ଥିବା କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟକ୍ରମ ପରେ ସୂଚିତ କରାଯିବ । ଏଥିପାଇଁ ବିଭିନ୍ନ ବିଜ୍ଞପ୍ତିର ପ୍ରକାଶନ ଉପରେ ନଜର ରଖିବା ପାଇଁ ପ୍ରାର୍ଥୀମାନଙ୍କୁ ନିୟମିତ ଆୟୋଗର ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+