ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ASO ଆଶାୟୀ
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ASO ଆଶାୟୀ
ଭୁବନେଶ୍ୱର: ASO ପରୀକ୍ଷା ଚୟନ ପ୍ରକ୍ରିୟାରେ ଅନିୟମିତତା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ASO ଆଶାୟୀ । ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର କରାଯାଇଛି । ଆସନ୍ତା ସୋମବାର ହୋଇପାରେ ଏହି ମାମଲାର ଶୁଣାଣି । ସେପଟେ ଏହି ଘଟଣାକୁ ସମ୍ପୁର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ଓପିଏସସି କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲଗାତାର ଉତ୍ତେଜନା ଲାଗିରହିଛି ।

ତେବେ ନଭେମ୍ବର ୭ ତାରିଖରେ ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ସହକାରୀ ବିଭାଗ ଅଧିକାରୀ ବା ଏଏସ୍ଓ (ASO) ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ୧୧୦୪ ପ୍ରାର୍ଥୀ ସ୍କିଲ ଟେଷ୍ଟ ପାଇଁ ମନୋନୀତ ହୋଇଥିଲେ । ଏହା ପରେ ନଭେମ୍ବର 11 ରୁ ଡିସେମ୍ବର 18 ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିବ । ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଆୟୋଗର ୱେବସାଇଟ୍ www.opsc.gov.in ରେ ଉପଲବ୍ଧ ହୋଇଛି । ତେବେ ସର୍ଟ ଲିଷ୍ଟେଡ ହୋଇଥିବା ପ୍ରାର୍ଥୀଙ୍କ ଯୋଗ୍ୟତା କେବଳ ସାମୟିକ । ମୂଳ ପ୍ରମାଣପତ୍ର, ଦଲିଲ ଯାଞ୍ଚ କିମ୍ବା ପରେ ଯେକୈଣସି ପର୍ଯ୍ୟାୟରେ କୈଣସି ତୃଟି ପାଇଁ ସେମାନେ ରିଜେକ୍ଟ ହୋଇପାରନ୍ତି ବୋଲି କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି । ହେଲେ ଏବେ ଚୟନ ଚୟନ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ ।












Click it and Unblock the Notifications