ବିଇଡି ନାମଲେଖା ପାଇଁ ମେ' ୪ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ବିଇଡି ନାମଲେଖା ପାଇଁ ମେ' ୪ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ । ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ସେବା ଚୟନ ବୋର୍ଡ଼ (ଏସ୍ଏସ୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।
ତେବେ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ମେ ୧୪ ରହିଛି । ୧୮ ତାରିଖ ସୁଦ୍ଧା ଆବେଦନ ସମ୍ପର୍କିତ ତଥ୍ୟ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍) ଏସ୍ଏସ୍ବି ନିକଟରେ ଦାଖଲ କରିବ । ଜୁନ୍ ୧ରୁ ୧୧ ତାରିଖ ମଧ୍ୟରେ ଆଡମିଟ୍ କାର୍ଡ୍ ଅନଲାଇନରେ ଉପଲବ୍ଧ ହେବ । ଜୁନ୍ ୧୦ ତାରିଖରେ ଏମଇଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଓ ୧୧ ତାରିଖରେ ବିଇଡି ଏବଂ ବିଏଚ୍ଇଡି ପ୍ରବେଶିକା ଅନୁଷ୍ଠିତ ହେବ ।

ସେହିପରି ଜୁଲାଇ ୮ରୁ ୧୬ ତାରିଖ ମଧ୍ୟରେ ପିଲାଙ୍କ ସ୍ନାତକ ମାର୍କ ଅପଲୋଡ୍ ହେବାକୁ ଥିବା ବେଳେ ୧୫ ତାରିଖରେ ଏସଏସ୍ବି ଓକାକକୁ ପିଲାଙ୍କ ପ୍ରବେଶିକା ମାର୍କ ଦାଖଲ କରିବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିରେ ଉଲ୍ଲେଖ କରିଛି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କେତୋଟି ସିଟରେ ବିଇଡି ନାମଲେଖା ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନି ।












Click it and Unblock the Notifications