ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ

ଶିକ୍ଷାକୁ ଅଗ୍ରାଧିକାର ଦେଉଥିବା ନବୀନ ସରକାର ପୁଣି ଏକ ନୂଆ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଆଉ ୧୮ଟି ସରକାରୀ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ଖୋଲିବ । ୨୦୨୪-୨୫ରୁ ଏହି କଲେଜ ଖୋଲିବ ଏବଂ ପାଠପଢା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ନବରଙ୍ଗପୁରରେ ସର୍ବାଧିକ ୪ଟି ଖୋଲିବ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ।
ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଖୋଲିବ କଲେଜ । ସେହିପରି ରାୟଗଡ଼ା, ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୩ଟି ଲେଖାଏଁ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ଖୋଲିବ ।

plus_three_college

ରାୟଗଡ଼ାର କାଶୀପୁରସ ରମଣଗୁଡ଼ା ଓ ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଖୋଲିବ ଡିଗ୍ରୀ କଲେଜ । କୋରାପୁଟର ଦୁଇଟି ବ୍ଲକରେ ଖୋଲିବାକୁ ଥିବାବେଳେ ସେଗୁଡିକ ହେଲା ବନ୍ଧୁଗାଁ ଓ ନାରାୟଣପାଟଣା ।

ଗତକାଲି ଗ୍ରାଉଣ୍ଡ ଜିରୋରେ ପହଞ୍ଚି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିବା ସହ ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା କରିଥିଲେ ।

ସେହିପରି ଗଜପତିର ଗୁମ୍ମା ଓ ଗଂଜାମର ଧରାକୋଟରେ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା ହୋଇଛି । କଳାହାଣ୍ଡିର ଥୁଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଙ୍ଗରେ ଖୋଲିବ ଏହି ଡିଗ୍ରୀ କଲେଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+