For Quick Alerts
Turn On Notification  
For Daily Alerts
Oneindia App Download

ଭିମସାର ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୭୪ରେ ପହଞ୍ଚିଲା ମୋଟ ସଂଖ୍ୟା

ବୁର୍ଲା ଭିମସାରରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ। ଗତକାଲିର ସ୍ୱାବ୍ ପରୀକ୍ଷଣରୁ ‌ଆଉ ୧୦ଜଣ କୋଭିଡ୍ ‌ଆକ୍ରାନ୍ତ ଚିହ୍ନଟ ହେବା ପରେ ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା ।

|

ସମ୍ବଲପୁର: ବୁର୍ଲା ଭିମସାରରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ। ଗତକାଲିର ସ୍ୱାବ୍ ପରୀକ୍ଷଣରୁ ‌ଆଉ ୧୦ଜଣ କୋଭିଡ୍ ‌ଆକ୍ରାନ୍ତ ଚିହ୍ନଟ ହେବା ପରେ ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା ।

VIMSAR

ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦ ରୁ ଅଧିକ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କର କରୋନା ଟେଷ୍ଟ କରାଯାଇଥିଲା । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଆଇସୋଲେସନରେ ରଖାଯାଇଥିଲା । ସମସ୍ତଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା ।

ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଭୀମ୍‌ସାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଭିମସାରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୬ ନମ୍ବର ଓ୍ୱାର୍ଡରେ ଥିବା ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଥିଲା। ସେହିପରି ସେହି ଅଞ୍ଚଳରେ ଥିବା ଅନ୍ୟ ୪ଟି ହଷ୍ଟେଲ ସମେତ ପାଖରେ ଥିବା ଷ୍ଟାଫ୍‌ମାନଙ୍କ ସରକାରୀ ଘରଗୁଡ଼ିକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Another 10 corona positive cases in VIMSAR
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X