For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ରାଜ୍ୟ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ସ୍କୁଲ ଆସିବେ କି ନାହିଁ ଦ୍ୱନ୍ଦ୍ୱରେ ଶିକ୍ଷକ ଓ ଶିକ୍ଷୟତ୍ରୀ

ଆଜିରୁ ରାଜ୍ୟରେ ସମସ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥି । ସ୍କୁଲରେ ବନ୍ଦ ରହିବ କ୍ଲାସରୁମ ପାଠପଢ଼ା ।

|

ଭୁବନେଶ୍ବର: ଆଜିରୁ ରାଜ୍ୟରେ ସମସ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥି । ସ୍କୁଲରେ ବନ୍ଦ ରହିବ କ୍ଲାସରୁମ ପାଠପଢ଼ା । କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ ୧୯ରୁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ଏସଆରସି ନିର୍ଦ୍ଦେଶାଳବଳୀ ଜାରି କରିଛନ୍ତି ।

college

ତେବେ ଶିକ୍ଷକ ଶିକ୍ଷୟତ୍ରୀ ଆସିବେ କି ନାହିଁ ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ । ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ଗାଇଡଲାଇନ ସମ୍ପୃକ୍ତ ବିଭାଗ ଜାରି କରିବ ବୋଲି ଏସଆରସି ସ୍ପଷ୍ଟ କରିଥିଲେ । ଯାହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସ୍ୱତନ୍ତ୍ର ଗାଇଡ୍ଲାଇନ ଜାରି କରିସାରିଛି । ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ । ଯେଉଁଥି ପାଇଁ ରାଜ୍ୟର ଲକ୍ଷାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ସେହିଭଳି ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ । ସବୁ କ୍ଲାସ୍ ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅଫଲାଇନ୍ ପରୀକ୍ଷା ଓ କ୍ଲାସ୍ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିଭଳି ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ମଧ୍ୟ ବନ୍ଦ ହେଉଛି ।

ପାଠ୍ୟକ୍ରମ ସାରିବା ପାଇଁ ଅନଲାଇନରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ରହିଛି । ଠିକ୍ ସମୟରେ ଯେପରି ପାଠ୍ୟକ୍ରମ ସରିବ ଧ୍ୟାନ ଦିଆଯିବ । କୁଳପତି ଓ ଅଧ୍ୟକ୍ଷଙ୍କ ପରାମର୍ଶ ପରେ ସଂଶୋଧିତ ପରୀକ୍ଷା ସୂଚୀ ବାହାରିବ । ଏହା ସହିତ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All schools and colleges in Odisha are closed from today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X