ନଭେମ୍ବର ୨୨ରୁ ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା, ୪୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା। ୨୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କଟକ: ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା। ୨୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦୁଇଟି ସଟିଙ୍ଗରେ ହେବ ପରୀକ୍ଷା। ୨୨ ତାରିଖରେ ପ୍ରଥମ ସିଟିଂରେ ଦ୍ଵିତୀୟ ଭାଷା, ଦ୍ଵିତୀୟ ସିଟିଂରେ ସମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୨୩ ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା ଓ ଦ୍ଵିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ। ୨୪ ତାରିଖରେ ପ୍ରଥମ ସିଟିଂରେ ତୃତୀୟ ଭାଷା ଓ ଦ୍ଵିତୀୟ ସିଟିଂରେ ସାଧାରଣ ବିଜ୍ଞାନ ପରୀକ୍ଷା କରାଯିବ।
ମୋଟ୍ ୪୦ ନମ୍ବର ମାର୍କର ପରୀକ୍ଷା ହେବ। ୨୦ ମାର୍କର ସବ୍ଜେଟିଭ୍ ଓ ୨୦ ମାର୍କର ଅବ୍ଜେଟିଭ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। ଅନ୍ୟ ସ୍କୁଲରେ ଖାତା ଦେଖା ହେବ। ୨୩ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ୩୦ ତାରିଖ ଶେଷ ହେବ ଖାତାଦେଖା ପ୍ରକ୍ରିୟା।
ତେବେ ଦଶମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା ହେବ। ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ଼ ସଭାପତି ରାମାସିସ୍ ହାଜେରା କହିଛନ୍ତି।












Click it and Unblock the Notifications