ଯାଜପୁରରେ ୯ ଛାତ୍ରୀ ପଜିଟିଭ, ଭିମସାରରେ ୨ ଡ଼ାକ୍ତରୀ ଛାତ୍ରଛାତ୍ରୀ ଡ଼େଲଟା ଭାରିଆଣ୍ଟ
ଯାଜପୁର ଦଶରଥପୁର ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବୁର୍ଲା ଭିମସାରରେ ଚିହ୍ନଟ ପଜିଟିଭ ହୋଇଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଖରେ ଡେଲଟା ଭାରିଆଣ୍ଟ ମିଳିଛି ।
ଯାଜପୁର/ସମ୍ବଲପୁର: ଦୀର୍ଘ ଦିନ ପରେ ପରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଶିକ୍ଷାନୁଷ୍ଠାନରେ କାୟା ମେଲାଇଣା କରୋନା। ଯାଜପୁର ଦଶରଥପୁର ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବୁର୍ଲା ଭିମସାରରେ ଚିହ୍ନଟ ପଜିଟିଭ ହୋଇଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଖରେ ଡେଲଟା ଭାରିଆଣ୍ଟ ମିଳିଛି ।

ଯାଜପୁର:
ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷଷ୍ଠ ଓ ନବମ ଶ୍ରେଣୀରେ ପଢୁଥିବା ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ସ୍କୁଲର ମୋଟ ୧୯୫ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡିଛି। ଆସନ୍ତାକାଲି ସ୍କୁଲକୁ ସାନିଟାଇଜ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସମ୍ବଲପୁର:
ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୧ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ହେଲା ଜେନମ୍ ସିକ୍ୱେନ୍ସିଂ ପରୀକ୍ଷା । ଯେଉଁଥିରେ ୨ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାଇରସ୍ ଚିହ୍ନଟ ହୋଇଥିବା ଜଣାପଡିଛି । ବାକି ୯ ଜଣଙ୍କ ଠାରେ ଡେଲ୍ଟାର ଅନ୍ୟାନ୍ୟ ଭାରିଆଣ୍ଟ ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନଭେମ୍ବର ହୋଇଥିବା ବାର୍ଷିକ କାର୍ଯ୍ୟକ୍ରମ ଉକ୍ରର୍ଷ-୨୦୨୧ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼ ଲକ୍ଷଣ ଦେଖାଦେଇଥିଲା ।












Click it and Unblock the Notifications