ଚଳିତ ବର୍ଷ ଯୁକ୍ତ ଦୁଇରେ ହ୍ରାସ ହେବ ୩୦ ପ୍ରତିଶତ ସିଲାବସ
କୋଭିଡ ମହାମାରୀ ସମୟରେ ପାଠ ପଢା ପ୍ରଭାବିତ ହୋଇଥିବା ତଥା ଅଧିକ ସମୟ କଲେଜ ବନ୍ଦ ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଚଳିତ ବର୍ଷ ଯୁକ୍ତ ଦୁଇ ପାଠ୍ୟକ୍ରମରେ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିଲାବସ ଏକାଡେମିକ କମିଟିର ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଷ୍ପତ୍ତି ଅନୁସାରେ ମହାମାରୀ କରୋନା ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ । ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଇଣ୍ଟରନାଲ ପରୀକ୍ଷା ହେବ। ପ୍ରତି କ୍ବାର୍ଟରରେ ୩୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ପରୀକ୍ଷା ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟକାଲ୍ ହେବ । ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ ପରିଚାଳନା କରିବ । ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ । ସେହିପରି ଦ୍ବିତୀୟ କ୍ବାର୍ଟର ଇଣ୍ଟରନାଲରେ ପଡିଥିବା ପ୍ରଶ୍ନ ତୃତୀୟ ଇଣ୍ଟରନାଲରେ ପଡିବନି । ପିଲାଙ୍କ ବୋଝ କମାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications