ପୌର ନିର୍ବାଚନ ପାଇଁ ବନ୍ଦ ରହିବ ଯୁକ୍ତ ୩ ପରୀକ୍ଷା
ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ ରହିବ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ ।
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ୨୨ରୁ ୨୪ ପରୀକ୍ଷା ବନ୍ଦ ରହିବ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ । କଲେଜମାନଙ୍କରେ ପୋଲିଂ ବୁଥ୍ ହେବାକୁ ଥିବାରୁ ପରୀକ୍ଷା ବନ୍ଦ । ପରୀକ୍ଷା ବନ୍ଦ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛି SEC ।

ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଛି । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ ।












Click it and Unblock the Notifications