+୨ ପରୀକ୍ଷା ଫଳ ନେଇ CHSE ପକ୍ଷରୁ ବଡ ଘୋଷଣା, ଜାଣନ୍ତୁ କଣ ରହିଛି ଅପଡେଟ୍

+୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଆଧାର କରି ମାର୍କ ପ୍ରଦାନ କରାଯିବ ।

ଭୁବନେଶ୍ୱର: +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଆଧାର କରି ମାର୍କ ପ୍ରଦାନ କରାଯିବ । ଫଳାଫଳରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ଆଉଥରେ ପରୀକ୍ଷା ଦେଇପାରିବେ । ଏନେଇ
CHSE ପକ୍ଷରୁ ସୂଚନା ଦିଆଯାଇଛି।

CHSE

ଚଳିତ ବର୍ଷ କରୋନା କାରଣରୁ ରାଜ୍ୟ ସରକାର ପରୀକ୍ଷାକୁ ବାତିଲ କରିଥିଲେ । ଏହାପରେ ରେଜଲ୍ଟ କେଉଁଭଳି ଭାବେ ପ୍ରକାଶ ପାଇବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇ କେଉଁ ଆଧାରରେ ମାର୍କ ପ୍ରଦାନ କରାଯିବ ସେନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା । ଏବେ ଏହି କମିଟି ରିପୋର୍ଟ ପ୍ରଦାନ କରିବା ସହିତ ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ। ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ବୋଲି CHSE ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି CHSE ସ୍ପଷ୍ଟ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+