ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ପାଇଁ ୧୪ ଜଣିଆ କମିଟି ଗଠିତ, ୧୦ଦିନରେ ଦେବେ ରିପୋର୍ଟ

ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି କମିଟି ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କିଭଳି ନିର୍ଦ୍ଧାରଣ କରାଯିବ ସେ ନେଇ ଆସନ୍ତା ୧୦ଦିନ ମଧ୍ୟରେ ନିଜର ରିପୋର୍ଟ ଦେବେ।

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ପଦ୍ଧତି ନେଇ ଅନେକ ତର୍କ ବିତର୍କ ଲାଗି ରହିଥିଲା । କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ... କେଉଁମାନେ ଏଥିରେ ସାମିଲ ରହିବେ.... ଛାତ୍ରଛାତ୍ରୀଙ୍କୁ ତାଙ୍କର ପରିଶ୍ରମର ସଠିକ ଭାବେ ଫଳ ମିଳିବ କି ନାହିଁ ଏମିତି ଅନେକ ଦ୍ବନ୍ଦ୍ବ ଲାଗି ରହିଥିଲା ।

ତେବେ ଏହି ସବୁ ଦ୍ବନ୍ଦ୍ବକୁ ଦୂର କରି ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି କମିଟି ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କିଭଳି ନିର୍ଦ୍ଧାରଣ କରାଯିବ ସେ ନେଇ ଆସନ୍ତା ୧୦ଦିନ ମଧ୍ୟରେ ନିଜର ରିପୋର୍ଟ ଦେବେ।

CHSE

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ୨୦୨୧ ମସିହାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ତା'ର ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଛି।

କମିଟିରେ ରହିଥିବା ସଦସ୍ୟମାନେ ହେଲେ ଡଃ ସୁଶାନ୍ତ କୁମାର ଦାସ, ଡଃ ସୁବାସ ଚନ୍ଦ୍ର ଦାସ, ଡଃ ସମ୍ବିତ କୁମାର ନାୟକ, ଡଃ ମିହିର କୁମାର ଦାସ, ଡଃ ପ୍ରଦୀପ କୁମାର ବେହେରା, ଡଃ ବନମାଳୀ ପଣ୍ଡା, ଡଃ ରଞ୍ଜନ କୁମାର ବଳ, ଡଃ ମମତା ପତ୍ରୀ, ଡଃ ପରୀକ୍ଷିତ ଦାଶ, ରଞ୍ଜିତା ମିଶ୍ର ରହିଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡଃ ତୁଷାରକାନ୍ତି ତ୍ରିପାଠୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଡଃ ଭାଗିରଥୀ କାଣ୍ଡି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବିଜୟ କୁମାର ସାହୁ ଓ ଶୁଭ୍ରାଂଶୁ ବେହେରା ଏହି କମିଟିରେ ସଦସ୍ୟ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+