ଚଳିତ ବର୍ଷ ଠାରୁ ଯୁକ୍ତ ୨ ରେ ୧୦୦ ପ୍ରତିଶତ ସିଲାବସ ପାଠପଢା
୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ ୨ ରେ ୧୦୦ ପ୍ରତିଶତ ସିଲାବସ ପାଠପଢା । ପୁରୁଣା ଢାଞ୍ଚାରେ ହେବ ପରୀକ୍ଷା । ୨୦୨୨ରେ ଫେଲ୍ ପିଲା ପୁରୁଣା ସିଲାବସରେ ପରୀକ୍ଷା ଦେବେ ।
ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ ୨ ରେ ୧୦୦ ପ୍ରତିଶତ ସିଲାବସ ପାଠପଢା । ପୁରୁଣା ଢାଞ୍ଚାରେ ହେବ ପରୀକ୍ଷା । ୨୦୨୨ରେ ଫେଲ୍ ପିଲା ପୁରୁଣା ସିଲାବସରେ ପରୀକ୍ଷା ଦେବେ । ସେମାନଙ୍କ ପ୍ରଶ୍ନ ୨୦୨୨ ଢାଞ୍ଚାରେ ରହିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ । ଏଥିସହ ୨୦୨୩ ମସିହା ମାଟ୍ରିକ୍ ପରୀକ୍ଷା ପରେ ଓ ଏହାର ଆଗକୁ ମଧ୍ୟ ପାସ୍ ଛାତ୍ରଛାତ୍ରୀମାନେ ପୂରା ସିଲାବସ୍ ଉପରେ ପାଠପଢ଼ି ପରୀକ୍ଷା ଦେବେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ।












Click it and Unblock the Notifications