ଡ୍ରପଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ, ଅପଗ୍ରେଡ୍ ହେବ ୧୦୦ ହାଇସ୍କୁଲ
ଡ୍ରପଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ । ଆସନ୍ତା ଶିକ୍ଷା ବର୍ଷରୁ ୧୦୦ ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଭୁବନେଶ୍ୱର: ଡ୍ରପଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ । ଆସନ୍ତା ଶିକ୍ଷା ବର୍ଷରୁ ୧୦୦ ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଯେଉଁ ସବୁ ବ୍ଲକ୍ ରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ । ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡିଛନ୍ତି । ଝିଅ ପିଲାଙ୍କ ବିଶେଷ ସୁବିଧା ହେବ । ଏଥିଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସୂଚନାରୁ ପ୍ରକାଶ, ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି। ତେଣୁ ମାଟ୍ରିକ୍ ପାସ୍ ପରେ ଏତେ ଦୂର ଯାଇ ପାଠ ପଢ଼ିବା କାଠିକର ପାଠ ହେଉଛି। ଯେଉଁଥିପାଇଁ ପିଲାମାନେ ପାଠ ପଢ଼ା ଛାଡ଼ୁଛନ୍ତି। ଏଥିରେ ଛାତ୍ରୀମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଅଧାରୁ ପାଠ ପଢ଼ା ଛାଡ଼ି ନିଜକୁ ଘର କାମରେ ନିୟୋଜିତ କରୁଛନ୍ତି। ଏଥିରେ ବ୍ରେକ୍ ଲଗାଇବା ପାଇଁ ହାଇସ୍କୁଲକୁ ଅପଗ୍ରେଡେସନ୍ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି ।












Click it and Unblock the Notifications