ଇନଷ୍ଟାଗ୍ରାମ ଫଲୋର୍ସକୁ ନେଇ ଯୁବକଙ୍କୁ ହତ୍ୟା !
ରାଜଧାନୀ ଦିଲ୍ଲୀର ଉତ୍ତର ବାହାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା । ତେବେ ହତ୍ୟା କାଣ୍ଡର କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ ଏହା ପଛରେ ଥିଲା ସୋଶାଲ ମିଡିଆ ଇନଷ୍ଟାଗ୍ରାମ ଫଲୋର୍ସ ।
ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀର ଉତ୍ତର ବାହାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା । ତେବେ ହତ୍ୟା କାଣ୍ଡର କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ ଏହା ପଛରେ ଥିଲା ସୋଶାଲ ମିଡିଆ ଇନଷ୍ଟାଗ୍ରାମ ଫଲୋର୍ସ । ତେବେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କୁ ଜଣେ ନାବାଳିକା ଓ ତାଙ୍କର ଭାଇ ମିଶି ଯୋଜନାବଦ୍ଧ ଭାବେ ମାଡ ମାରିବା ସହିତ ହତ୍ୟା କରିଥିଲେ ।

ପ୍ରାଥମିକ ତଦନ୍ତ ଅନୁଯାୟୀ ଏହି ଘଟଣା ପଛରେ ଦୁଇଟି କାରଣ ସାମ୍ନାକୁ ଆସୁଛି। ଗୋଟିଏ- ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଲୋର୍ସ ସଂଖ୍ୟାକୁ ନେଇ ନଚେତ୍ ନାବାଳିକା ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ପୁରୁଣା ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ବିବାଦ ଥିବା ହୋଇପାରେ। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ସାହିଲ ବୋଲି ଜଣା ପଡିଛି । ସାହିଲଙ୍କ ବନ୍ଧୁ ନାବାଳିକା ଏବଂ ତାଙ୍କ ଭାଇ ପ୍ରଥମେ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ମଧ୍ୟ ନେଇଥିଲେ । କିଛି ସମୟ ଚିକିତ୍ସା କରାଇଥିଲେ ଡାକ୍ତର । କିନ୍ତୁ କିଛି ସମୟ ଭିତରେ ସାହିଲର ମୃତ୍ୟୁ ଘଟିଥିଲା ।
ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ପଚରାଉଚରା କରୁଛି। ପୋଲିସ ଏହି ମାମଲାରେ ଏକ ଏଫଆଇଆର ପଞ୍ଜୀକୃତ କରି ତିନି ନାବାଳିକା ଓ ତାଙ୍କ ଭାଇ ସମେତ ଅନ୍ୟ ଜଣେ ନାବାଳକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଠାରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି। ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଜଣଙ୍କର ପତ୍ତା ଏବେ ବି ପାଇନି ପୋଲିସ ।












Click it and Unblock the Notifications