ବେକ କାଟିଦେଲା ଗୁଡି ସୂତା, ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ବାମୀର ଜୀବନ
ଗୁଡି ସୂତାରେ ବେକ କଟି ଚାଲିଗଲା ଯୁବକଙ୍କ ଜୀବନ । କଟକ ପୀରବଜାର ଅଞ୍ଚଳରେ ଗୁଡି ସୂତାରେ ବେକ କଟି ଭୈରୀପୁରର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ବାଇକରେ ଶ୍ୱଶୂର ଘରକୁ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଗୁଡି ସୂତା ଲାଗିଯାଇଥିଲା ।
କଟକ: ଗୁଡି ସୂତାରେ ବେକ କଟି ଚାଲିଗଲା ଯୁବକଙ୍କ ଜୀବନ । କଟକ ପୀରବଜାର ଅଞ୍ଚଳରେ ଗୁଡି ସୂତାରେ ବେକ କଟି ଭୈରୀପୁରର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ବାଇକରେ ଶ୍ୱଶୂର ଘରକୁ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଗୁଡି ସୂତା ଲାଗିଯାଇଥିଲା । ତାପରେ ହଠାତ୍ ଗାଡ଼ିରୁ ପଡ଼ିଯାଇଥିଲେ ସ୍ୱାମୀ ଜୟନ୍ତ। ବେକ କାଟିବା ସହ ପ୍ରବଳ ରକ୍ତ ସ୍ରାବ ବି ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ମେଡିକାକୁ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଗୁଡ଼ି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ୍ ମାଞ୍ଜା ସୂତାରେ ତାଙ୍କ ବେକ କଟି ଯାଇଛି ।

ସୂତାଟି ଅତି ଶକ୍ତ ଥିବାରୁ ବର୍ତ୍ତି ପାରିନଥିଲେ ଜୟନ୍ତ । ବେଆଇନ୍ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡ଼ାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ ।
ଗୁଡିସୂତା ଦୁର୍ଘଟଣାରେ ସବୁଠାରୁ ଦୁଃଖଦ ଦିଗଟି ହେଉଛି ସ୍ତ୍ରୀ ଆଗରେ ଆଖି ବୁଜିଦେଲା ସ୍ୱାମୀ । ସ୍ତ୍ରୀଙ୍କ ଖୁସି କରି କରି ଯାଉଥିବା ବେଳେ ସ୍ୱାମୀ ପରପାରିକୁ ଚାଲିଗଲେ । ଏମିତି ମୃତ୍ୟୁ ଆସିଲା ଯେ ଗୁଡି ସୂତା ସ୍ତ୍ରୀର ସିନ୍ଦୂର ପୋଛିଦେଲା । ଗତ ୬ ମାସ ହେବ ଦୁହିଁଙ୍କ ବିବାହ ହୋଇଥିବା ସୂଚନା ।












Click it and Unblock the Notifications