ଓୟୋ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଦିନକୁ ଦିନ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ମାମଲା । ଆଜି ଖଣ୍ଡଗିରି ଜାଗମରା ସ୍ଥିତ ଏକ ଓୟୋ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ପ୍ରେମିକାର ଓଢଣୀ ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ତେବେ ମୃତ ଯୁବକ ହେଲେ ନିଆଳି ଜଳାହରପୁରର ଦୁର୍ଗା ପ୍ରସାଦ ମିଶ୍ର । ଗତକାଲି ସେ ତାଙ୍କର ତିନି ଜଣ ସାଙ୍ଗ ମାନଙ୍କ ସହ ବାର୍ଥ ଡେ ମନାଇବା ପାଇଁ ଘରୁ ବାହାରି ଥିଲେ । ଜାଗମରା ଅଞ୍ଚଳର ଏକ ଏକ OYO Roomsରେ ପାର୍ଟିର ଆୟୋଜନ ହୋଇଥିଲା । ସେହି ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ ।
ହେଲେ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ହାତ ଓ ବେକରେ କ୍ଷତ ଥିବା ମଧ୍ୟ ଦେଖିବା ପାଇଁ ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ । ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣା ପଡିନାହିଁ । ମୃତ ଯୁବକଙ୍କ ମୋବାଇଲକୁ ଜବତ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଭୋଜିରେ ଥିବା ଯୁବକ ଓ ଯୁବତୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।












Click it and Unblock the Notifications