ପୁଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ, ୭ ମହଲା ଛାତରେ ଚଢି ଆତ୍ମହତ୍ୟା ଧମକ ଦେଲେ ସାନ ଭାଇ
ବରଗଡ଼ : ବରଗଡ଼ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସୂଚନା ଅନୁସାରେ ଟାଉନ ଥାନା ପୋଲିସ ତୋରା ଗାଁ ର ୨୫ ବର୍ଷୀୟା ଯୁବକ ଗୋବିନ୍ଦ କୁମାରଙ୍କୁ କୌଣସି କାରଣରୁ ରାତି ୨ ଟାରେ ଘରୁ ଉଠାଇଆଣିଥିବା ବେଳେ ଆଜି ସକାଳେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଜିଲ୍ଲା ଚିକିତ୍ସାଳୟ ୭ ମହଲା କୋଠା ଉପରକୁ ଚଢିଯାଇ ମୃତ ବ୍ୟକ୍ତିର ସାନ ଭାଇ ଆତ୍ମହତ୍ୟାର ଧମକ ଦେଇଛନ୍ତି।

ଖବରକୁ ନେଇ ବରଗଡ଼ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସ।ଳୟ ପରିସରରେ ଉତ୍ତେଜନା ପରିସ୍ଥିତି ବର୍ତ୍ତମାନ ଲାଗିରହିଛି । ତୋରା ଗାଁ ବାସୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଭଙ୍ଗାରୁଜା କରିଛିନ୍ତି। ପରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଅନ୍ୟପଟେ ଦାବି ପୁରଣ ନହେଲେ ଆତ୍ମହତ୍ୟାର ଧମକ ଦେଇ ଖେଦାପାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ଉପରକୁ ଚଢିଯାଇଥିଲେ ମୃତ ବ୍ୟକ୍ତିଙ୍କ ସାନ ଭାଇ ।ତାଙ୍କୁ ବହୁ ବୁଝା ସୁଝା ପରେ ସେ ମାନୁନଥିବାରୁ ଦମକଳ ବିଭାଗକୁ ଖବର ଦେଇଛି ପ୍ରଶାସନ ।












Click it and Unblock the Notifications