ଅଶ୍ଳୀଳ ଭିଡିଓ କଲ ପରେ ବ୍ଲାକମେଲିଙ୍ଗ: ସମ୍ମାନ ହାନି ଭୟରେ ପେଟରେ ୫୦ ଥର କଇଁଚି ଭୁସି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର: ନ୍ୟୁଡ୍ କଲ୍ର କରୁଣ ପରିଣତି । ବ୍ଲାକ ମେଲିଙ୍ଗର ଶିକାର ହେବ ପରେ ପେଟରେ କଇଁଚି ଭୁସି ଆତ୍ମହତ୍ୟା ପାଇଁ ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ । ନୟାପଲ୍ଲୀ N -1 ରେ ନିଜର ଦୁଇ ପିଲା ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର ବାରିକ ।

ମିଳିଥିବା ସୂଚନାନୁସାରେ, ୩ ଦିନ ତଳେ ହଠାତ ରାମହରିଙ୍କ ସହ ଫେସବୁକରେ ଜଣେ ଅଜଣା ଯୁବତୀ ଚାଟିଙ୍ଗ କରିଥିଲେ । ଏହା ପରେ ହ୍ଵାଟ୍ସଆପରେ ଭିଡ଼ିଓ କଲ କରିଥିଲେ । ରାମହରି ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ । ଆଉ ଏହି ସମୟରେ ସ୍କ୍ରିନ ରେକର୍ଡିଙ୍ଗ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ ।
ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଂ ଅଭିଯୋଗ ନେଇ ଯାଇଥିଲେ ଦଣ୍ଡଧର । କିନ୍ତୁ ପୋଲିସ ଏତଲା ରଖିବା ବଦଳରେ ତାଙ୍କୁ ଟାହିଟାପରା କରିଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଏହା ପରେ ଉପାୟଶୂନ୍ୟ ହୋଇ ରାମହରି ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବେହୋସ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications