ପୋଷା କୁକୁର ଯୋଗୁଁ କୁନି ଝିଅ ସହ ମହିଳାଙ୍କ ଆତ୍ମହତ୍ୟା

36 ବର୍ଷୀୟା ଦିବ୍ୟା ଆର ନାମକ ଜଣେ ମହିଳାଙ୍କ ଘରେ ଥିଲା ଏକ ପୋଷା କୁକୁର। ଏହି କୁକୁରକୁ ନିଜ ପିଲା ଭଳି ସ୍ନେହ କରନ୍ତି ଦିବ୍ୟାଙ୍କ ସ୍ବାମୀ ଏବଂ ଶାଶୂ । କିନ୍ତୁ କୁକୁର ରହିବାର କିଛି ଦିନ ପରେ ଦିବ୍ୟା ଶ୍ବାସ ରୋଗରେ ପୀଡିତ ହୋଇଥିଲେ ।

ବେଙ୍ଗାଲୁରୁ: ଆଜି କାଲି ପୋଷା କୁକୁର ରଖିବା ପ୍ରାୟ ସଭିଙ୍କର ସଉକ । ବିଭିନ୍ନ ପ୍ରଜାତିର କୁକୁର ରଖି ତାକୁ ନିଜ ପିଲା ଭଳି ସ୍ନେହ ଆଦର କରିଥାନ୍ତି କିଛି ଲୋକ । ତେବେ ବେଙ୍ଗାଲୁରୁର ବଂଶୱାଡିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।

Pet dog
36 ବର୍ଷୀୟା ଦିବ୍ୟା ଆର ନାମକ ଜଣେ ମହିଳାଙ୍କ ଘରେ ଥିଲା ଏକ ପୋଷା କୁକୁର। ଏହି କୁକୁରକୁ ନିଜ ପିଲା ଭଳି ସ୍ନେହ କରନ୍ତି ଦିବ୍ୟାଙ୍କ ସ୍ବାମୀ ଏବଂ ଶାଶୂ । କିନ୍ତୁ କୁକୁର ରହିବାର କିଛି ଦିନ ପରେ ଦିବ୍ୟା ଶ୍ବାସ ରୋଗରେ ପୀଡିତ ହୋଇଥିଲେ । ପୋଷା କୁକୁର ରୁମ ଯୋଗୁଁ ତାଙ୍କୁ ଆଲର୍ଜି ହେଉଥିଲେ । ଏନେଇ ଶାଶୂଙ୍କୁ ମଧ୍ୟ ଜଣାଇଥିଲେ ଦିବ୍ୟା । ହେଲେ ଶାଶୂ ଏହାକୁ ବେଖାତିର କରିଥିଲେ । ଦିନକୁ ଦିନ ଦିବ୍ୟାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । କିନ୍ତୁ ପରିବାରରେ କେହି ତାଙ୍କର ସମସ୍ୟା ନବୁଝିବାରୁ ଶେଷରେ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ ଦିବ୍ୟା । ନିଜ 13 ବର୍ଷର ଝିଅ ସହିତ ମିଶି ବେକରେ ରଶି ବାନ୍ଧି ଜୀବନ ହାରିଥିଲେ ଦିବ୍ୟା ।

ଏନେଇ ଗୋବିନ୍ଦପୁରା ପୋଲିସ ଦିବ୍ୟାଙ୍କ ସ୍ୱାମୀ ଶ୍ରୀନିବାସ, ଶାଶୁ ବସନ୍ତା ଓ ଶ୍ୱଶୁର ଜନାର୍ଦ୍ଦନଙ୍କ ନାଁରେ ଆଇପିସିର ଧାରା 306ରେ ମାମଲା ରୁଜୁ କରିଛି। ମଙ୍ଗଳବାର ଦିବ୍ୟାଙ୍କ ସ୍ୱାମୀ ଶ୍ରୀନିବାସଙ୍କୁ ପୋଲିସ ଗିରଫ କରିଛି। ଦିବ୍ୟାଙ୍କ ବାପା ରମନ ଏମକେ ହିଁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ତଦନ୍ତ କରି ମୃତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+