ଅମାନୁଷିକ ଓ ଅମାନବିକ : ଜମିବାଡ଼ିକୁ କେନ୍ଦ୍ର କରି ମହିଳାଙ୍କ ଚୁଟି ଘୋଷାଡ଼ି ପିଟିଲେ
ଜମିବାଡ଼ି ଓ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ହୋଇଛି ମରଣାନ୍ତକ ଆକ୍ରମଣ
ଡେଲାଙ୍ଗ : ଜମିବାଡ଼ି ଓ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ହୋଇଛି ମରଣାନ୍ତକ ଆକ୍ରମଣ । ପରିସ୍ଥିତି ଏପରି ହୋଇଛି କି ଆକ୍ରମଣକାରୀମାନେ ଉକ୍ତ ପରିବାରର ମହିଳାଙ୍କୁ ଚୁଟି ଘୋଷାଡି ମାଡ଼ ମାରିଛନ୍ତି । ଏଭଳି ଅମାନୁଷିକ ଘଟଣାଟି ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ । ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଗୋଟିଏ ପଟେ ନୟାଗଡ଼ ପରୀ ମୃତ୍ୟୁ ମାମଲା ଥମି ନଥିବା ବେଳେ ଏହି ସମୟରେ ଉକ୍ତ ଘଟଣା ସୋଶାଲ ମିଡ଼ିଆରେ ଭାଇରାଲ୍ ହୋଇଛି ।
ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ହରିରାଜପୁର ଗାଁରେ ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘଦିନ ଧରି ଶତୃତା ରହିଥିଲା ।
ତେବେ ହଠାତ୍ ଗୋଟିଏ ପରିବାରର ପୁରୁଷମାନେ ମିଳିତ ଭାବରେ ଆସି ଅନ୍ୟ ଏକ ପରିବାର ଉପରେ ଆକ୍ରମଣ କରିଥିଲେ । ଉକ୍ତ ପରିବାର କିଛି ବୁଝିବା ଆଗରୁ ସେମାନେ ଲୁହାଛଡ,ପାଣିପାଇପ, ସାବଳ ଓ କଟୁରୀରେ ଉକ୍ତ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । କିଛି ପୁରୁଷ ମହିଳାଙ୍କୁ ଚୁଟି ଘୋଷାଡି ନିର୍ଧୁମ ମାଡ଼ ମାରିଥିଲେ ।

ଏହି ସମୟରେ ଉକ୍ତ ମହିଳାଙ୍କ ଝିଅ ଭିଡିଓ ରେକର୍ଡି କରୁଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଏଠାରେ କହି ରଖୁଛୁ ଉକ୍ତ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ଏବେ ହସ୍ପଟିଲାରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡିଛି ।












Click it and Unblock the Notifications