୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା
୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା
ନୂଆଦିଲ୍ଲୀ: ଦିନକୁ ଦିନ ସମଗ୍ର ବିଶ୍ୱରେ ଡ୍ରଗ୍ସ କାରବାର ବୃଦ୍ଧି ପାଇବାର ଲାଗିଛି । ନିଶା କାରବାର ପାଇଁ ନୂଆ ନୂଆ ଉପାୟ ଆପଣାଯାଛନ୍ତି ଅପରାଧି । ନିକଟରେ ସୁରକ୍ଷାକର୍ମୀଙ୍କ ଭୟରେ ଗିନିର ଜଣେ ମହିଳା ୮୨ କୋକେନ୍ କ୍ୟାପସୁଲ ଗିଳିଦେଇଥିବା ଘଟଣା ଏବେ ଚର୍ଚ୍ଚାରେ । ଅସ୍ତ୍ରୋପଚାର କରି ପେଟରୁ କଢାଗଲା କ୍ୟାପସୁଲ ।

କଷ୍ଟମ୍ସ ଅଧିକାରୀଙ୍କ ସୂଚନା ଅନୁସାରେ, ଶନିବାର ଦିନ ଗିନିର ଜଣେ ମହିଳା ଯାତ୍ରୀଙ୍କୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରାଯାଇଛି ଏବଂ ୧୫.୩୬ କୋଟି ଟଙ୍କା ମୂଲ୍ୟର କୋକେନ କ୍ୟାପସୁଲ ଜବତ କରାଯାଇଛି । ମହିଳାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ତେବେ ମହିଳାଙ୍କ ପେଟରୁ କ୍ୟାପସୁଲ ବାହର କରିବା ପାଇଁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ତାଙ୍କ ଅସ୍ତ୍ରୋପଚାର କାଯାଇ ୮୨ଟି କୋକେନ୍ କ୍ୟାପସୁଲ ବାହାର କରାଯାଇଛି ।
ସୂଚନାଥାଉ ଯେ, ମହିଳା ଜଣକ ଡିସେମ୍ବର ୭ ତାରିଖରେ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ-୩ ରେ ପହଁଚିଥିଲେ । ସନ୍ଦେହ ହେବାରୁ ତାଙ୍କୁ ଅଟକାଇ କଷ୍ଟମ୍ସ ଅଧିକାରୀ ପଚରାଉଚରା କରିଥିଲେ । ଯେଉଁଠି ମହିଳା ଜଣକ କୋକେନ କ୍ୟାପସୁଲ୍ ଗିଳିଦେବା କଥା ସ୍ୱୀକାର କରିଥିଲେ ।












Click it and Unblock the Notifications