ମହିଳା ପୋଲିସ SIଙ୍କ ଆତ୍ମହତ୍ୟା, ଥାନା ଆଗରେ ଧାରଣାରେ ବସିଲେ ମୃତ ଏସ୍ଆଇଙ୍କ ମା'
ODISHA: Woman Sub Inspector Found Hanging Inside Her Official Quarterମହିଳା ପୋଲିସ SIଙ୍କ ଆତ୍ମହତ୍ୟା, ଥାନା ଆଗରେ ମୃତ ଏସ୍ଆଇଙ୍କ ପରିବାର ଦେଲା ଧାରଣା
ଜି.ଉଦୟଗିରି : ଜି.ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହେରା ମୃତ୍ୟୁ ମାମଲା । ଜି.ଉଦୟଗିରି ଥାନା IIC ରେବତୀ ଶବରଙ୍କ ନାଁରେ ଏତଲା । ଏତଲା କଲେ ମୃତ SI ସ୍ୱାଗତିକା ବେହେରାଙ୍କ ମା'ଉଷାରାଣୀ । ନ୍ୟାୟ ଦାବିରେ ଥାନା ଆଗାରେ SI ସ୍ୱାଗତିକା ବେହେରାଙ୍କ ପରିବାର ଦେଲେ ଧାରଣା । ପୋଲିସକୁ ପୋଲିସର ନିର୍ଯ୍ୟାତନା ଲେଖାଯାଇଥିବା ବ୍ୟାନର ଧରି ଧାରଣରେ ବସିଛି ପରିବାର । ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣରେ ବସିବ ବୋଲି କହିଛନ୍ତି ମା' । ସେପଟେ ତହସିଲଦାର , ଡିସିପି ଓ ଏସଡିପିଓ ଏସଆଇଙ୍କ ପରିବାରକୁ ବୁଝାଇ ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ତେବେ ଏହି ଏତଲାରେ ଆଇଆଇସି ରେବତୀ ଶବର ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ତାଙ୍କ ଝିଅକୁ ଆଇଆଇସି ମାରି ଝୁଲାଇ ଦେଇଥିବାର ମଧ୍ୟ ତାଙ୍କର ସନ୍ଦେହ ହେଉଛି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ମା' ଉଷାରାଣୀ । IIC ନିର୍ଯ୍ୟାତନା ସହି ନ ପାରି ଝିଅ ଜୀବନ ହାରିଲା ବୋଲି ଦର୍ଶାଇଲେ । IIC ରେବତୀ ଶବରଙ୍କ ନାଁରେ ଏତଲା କଥା ସ୍ୱୀକାର କରିବା ସହ ତଦନ୍ତ ହେବ ବୋଲି ସୂଚନା ଦେଲେ SDPO । ସେପଟେ କାଲିଠୁ ଏସଆଇଙ୍କ ମୃତ୍ୟୁ ଘଟିଥିବା ବେଳେ ଏପର୍ଯ୍ୟନ୍ତ ହୋଇ ନାହିଁ ପୋଷ୍ଟମର୍ଟମ ।

ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଆଦର୍ଶ ଥାନାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ଏସ୍ଆଇ । ହେଲେ ଜଏନ୍ କରିବା ପରେ ଆଇଆଇସି ରେବତୀ ଶବର ସବୁବେଳେ ସ୍ୱାଗତିକାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ମେଣ୍ଟାଲି ହାରସ କରୁଥିଲେ ଯେଉଁଥିବା ଚାକିରି ଛାଡିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ ସ୍ୱାଗତିକା । ଘରକୁ ଫୋନ୍ କରିବା ସମୟରେ ସେ କାନ୍ଦି କାନ୍ଦି ଆଇଆଇସିଙ୍କ ଅତ୍ୟାଚାର ବିଷୟରେ କହୁଥିଲେ । ଯାହା ପରେ ଶେଷରେ ସ୍ବାଗତିକା ଆତ୍ମହତ୍ୟାର କରିଥିଲେ । ଗତକାଲି ସ୍ବାଗତିକା ବେହେରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା।












Click it and Unblock the Notifications