ଚଳନ୍ତା ଟ୍ରେନରୁ ଡେଇଁ ଲୁଟେରାକୁ ଧରିଲେ ମହିଳା
Men snatch woman's bag :ଚଳନ୍ତା ଟ୍ରେନରୁ ଡେଇଁ ଲୁଟେରାକୁ ଧରିଲେ ମହିଳା
ଜଟଣୀ: ସାହସ ଦେଖାଇଲେ ମହିଳା । ଚଳନ୍ତା ଟ୍ରେନରୁ ଡେଇଁ ଲୁଟେରାଙ୍କୁ ଧରିଲେ । ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ଅଞ୍ଚଳର ସୌମ୍ୟା ସିଂ ନିଜ ଚାରି ବର୍ଷର ଝିଅ ସହ ଢେଙ୍କାନାଳ-ପୁରୀ ପେଲେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ । ଖୋର୍ଦ୍ଧା ଷ୍ଟେସନରୁ ଅଭିଯୁକ୍ତ ତାଙ୍କ ପିଛା କରୁଥିଲା । ହରିପୁର ଷ୍ଟେସନ ନିକଟରେ ଅଭିଯୁକ୍ତ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡାଇ ଟ୍ରେନରୁ ଓଲ୍ଲାଇ ପଳାଇବା ପାଇଁ ଉଦ୍ୟମ କରିଥିଲା । ହେଲେ ମହିଳା ଜଣକ ସାହସ ଦେଖାଇ ନିଜ ୪ ବର୍ଷର ଝିଅକୁ ଟ୍ରେନରେ ଛାଡି଼ ଚୋରକୁ ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲେ ।

ସ୍ଥାନୀୟ ଲୋକେ ମହିଳାଙ୍କୁ ସାହାର୍ଯ୍ୟ କରିଥିଲେ ହେଲେ ଏ ପଟେ ଟ୍ରେନଟି ଷ୍ଟେସନରୁ ଛାଡି ଦେଇଥିଲା । ପରବର୍ତ୍ତି ସମୟରେ ଅନ୍ୟଯାତ୍ରୀ ମାନେ ଖୋର୍ଦ୍ଧା ରୋଡ ଜିଆରପିଓ ଆରପିଏଫ ପୁଲିସଙ୍କୁ ସୂଚନା ଦେଇଥିଲେ । ଟ୍ରେନଟି ଡେଲାଙ୍ଗ ଷ୍ଟେସନରେ ପହଁଚିବା ପରେ ଆରପିଏଫ୍ କର୍ମତାରୀ ମହିଳାଙ୍କ ନାବାଳିକା ଝିଅକୁ ଉଦ୍ଧାନ କରିଥିଲେ । ସେ ପଟେ ମହିଳା ମଧ୍ୟ ଅଭିଯୁକ୍ତକୁ ଧରି ଜିଆରପି ଥାନରେ ପହଁଚିଥିଲେ । ଲୁଟେରାକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।













Click it and Unblock the Notifications