ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କଲେ ମହିଳା ଏସ୍ଆଇ
Woman Police ASI Commits Suicide ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କଲେ ମହିଳା ଏସ୍ଆଇ
କନ୍ଧମାଳ: ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା । ବେକରେ ଓଢଣା ଲଗାଇ ଆତ୍ମହତ୍ୟା କଲେ ମହିଳା ଏସଆଇ । ଏହି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଘଟିଛି। ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର,ଏସ୍ ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍କ ର୍ମଚାରୀ ପହଞ୍ଚିଛନ୍ତି । ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନଥିବାବେଳେ କେଉଁ କାରଣରୁ ମହିଳା ପୋଲିସ୍ ଏସ୍ଆଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।












Click it and Unblock the Notifications