ଉମରକୋଟରେ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଉମରକୋଟ ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ଘର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି ।

ନବରଙ୍ଗପୁର: ଉମରକୋଟ ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ଘର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି ।

Suicide

ସେ ନବରଙ୍ଗପୁର ଜିଲ୍ଲା ଉମରକୋଟ ହଟାତ କଲୋନୀରେ ରହୁଥିଲେ । ତାଙ୍କ ବୟସ ୨୬ ବର୍ଷ । ତେବେ ସବୁଠାରୁ ବଡ କଥା ହେଲା ଆତ୍ମହତ୍ୟା ପୂର୍ବରୁ ତନୁଜା ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି । ସୁଇସାଇଡ ନୋଟରେ ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଓ ଏହି ଘଟଣାର ତଦନ୍ତ ଆଗକୁ ନବଢାଇବା ପାଇଁ ସୁଇସାଇଡ ନୋଟରେ ଲେଖିଛନ୍ତି ମୃତ ତନୁଜା ।

ସେ ଲେଖିଛନ୍ତି, 'ମୁଁ ଆଜି ମରିବା ପାଇଁ ଯାଉଛି। ହୁଏତ ମୁଁ ଏପର୍ଯ୍ୟନ୍ତ ମରି ହିଁ ଯାଇଛି। ମୁଁ ସମସ୍ତଙ୍କୁ କଷ୍ଟ ଦେଇଛି। ମୋତେ କ୍ଷମା କରିଦେବ । ମୋ ମରିବା ପଛରେ କାହାରି ହାତ ନାହିଁ। ମୋର ବଞ୍ଚିବା ପାଇଁ ଇଚ୍ଛା ନାହିଁ । ମୁଁ କେବଳ ଏହି ଦୁନିଆ ଛାଡ଼ି ଚାଲିଯିବା ପାଇଁ ଚାହେଁ। ଦୟାକରି କିଛି ଖୋଳତାଡ଼ କରନାହିଁ।'

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁଇସାଇଡାଲ ନୋଟ ସହ ତାଙ୍କ ମୋବାଇଲ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ନିଜ ହାତଲେଖା ନୋଟରେ ଶିକ୍ଷୟିତ୍ରୀଜଣକ ଘଟଣାର ଖୋଳତାଡ଼ ନ କରିବାକୁ ୨ ଥର ଲେଖିଥିବାରୁ ଏହି ପଛର କାରଣ କ'ଣ ତାହା ଏବେ ରହସ୍ୟ ଘେରରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+