Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧା ମର୍ଡର ମିଷ୍ଟ୍ରୀ: ମାଡଦାଗ ଏବଂ ଇଣ୍ଟରନାଲ ଇନଜ୍ୟୁରୀ ଯୋଗୁଁ ହସ୍ପିଟାଲରେ ଭର୍ତ୍ତିଥିଲେ ଶ୍ରଦ୍ଧା

୨୬ ବର୍ଷବୟସ୍କା ଶ୍ରଦ୍ଧା ୱାକର ୨୦୨୦ ଡିସେମ୍ବର ୩ ରୁ ୬ ମଧ୍ୟରେ ମୁମ୍ବାଇ ନିକଟସ୍ଥ ଭାସାଇର ଏକ ଡାକ୍ତରଖାନାରେ ଭର୍ତ୍ତି ଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ ଦାଗ ଥିବା ଦେଖାଯାଇଥିଲା।

ମୁମ୍ବାଇ: ଶ୍ରଦ୍ଧା ୱାକର ମର୍ଡର କେସରେ ସାମନାକୁ ଆସିଛି ଆଉ ଏକ ତଥ୍ୟ। ଅଭିଯୁକ୍ତ ଅଫତାବ ପୁନୱାଲାଙ୍କ ସହିତ ମୁମ୍ବାଇରେ ଥିବା ବେଳେ ଶ୍ରଦ୍ଧା 2020 ମସିହାରେ ଭସାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଚେହେରାରେ ମାଡର ଦାଗ ରହିଥିଲା, ଏହାର ଚିକିତ୍ସା ପାଇଁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ।

BRUISE
ଓଜୋନ ମଲ୍ଟିସ୍ପେଶାଲିଟି ହସ୍ପିଟାଲର ଡାକ୍ତର ଶିବପ୍ରସାଦ ସିନ୍ଦେଙ୍କ କହିବା ଅନୁସାରେ, କେବଳ ଶ୍ରଦ୍ଧାଙ୍କ ଚେହେରା ନୁହେଁ ବରଂ ତାଙ୍କର ଶରୀରେ ଇଣ୍ଟରନାଲ ଇନଜୁରୀ ସହିତ ଅନେକ ସମସ୍ୟା ରହିଥିଲା । ଯେଉଁଥି ପାଇଁ ସେ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ । ତାଙ୍କର ବ୍ୟାକ୍ ପେନ ସହିତ ସ୍ପଣ୍ଡିଲାଇସିସ ମଧ୍ୟ ରହିଥିଲା ।
ଅନ୍ୟପଟେ ଶ୍ରଦ୍ଧାଙ୍କ ବନ୍ଧୁ ରଜତ ଶୁକ୍ଲାଙ୍କ କହିବା ଅନୁସାରେ, ଶ୍ରଦ୍ଧା ଘରୋଇ ହିଂସାର ଶିକାର ହେଉଥିଲେ । ଏନେଇ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଅବଗତ କରାଇଥିଲେ । ଏହାପରେ ରଜତ ଶ୍ରଦ୍ଧାଙ୍କ ସହିତ ହେଉଥିବା ହିଂସା ବାବଦରେ ଜାଣିଥିଲେ ।

ଶ୍ରଦ୍ଧା ଏବଂ ଅଫତାବଙ୍କ ଭିତରେ ଥିବା ପ୍ରେମ ସଂପର୍କର ପ୍ରତିଦିନ ଝଗଡା ଲାଗି ରହୁଥିବା କହିଛନ୍ତି ରଜତ। ଅଭିଯୁକ୍ତ ଶ୍ରଦ୍ଧାଙ୍କୁ ମାଡ ମାରୁଥିବା ନେଇ ମଧ୍ୟ ରଜତ ଜାଣିବା ପାଇଁ ପାଇଥିଲେ । ଶ୍ରଦ୍ଧା ଏହା ସତ୍ତ୍ବେ ମଧ୍ୟ ଅଫତାବଙ୍କ ସହିତ ରହିଥିଲେ । ଅନେକ ଥର ତାଙ୍କ ଠାରୁ ଅଲଗା ହେବା ପାଇଁ ଭାବିଥିଲେ ମଧ୍ୟ ସେତିକି ସାହସ ଯୋଗାଇ ପାରିନଥିବା ନେଇ ଶ୍ରଦ୍ଧା ତାଙ୍କର ଜଣେ ପ୍ରିୟ ବନ୍ଧୁଙ୍କ ଆଗରେ କହିଥିବା ଜଣାପଡିଛି। କିଛି ଦିନ ତଳେ ଶ୍ରଦ୍ଧା ତାଙ୍କର ଜଣେ ପିଲା ଦିନର ବନ୍ଧୁଙ୍କୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ କହିଥିଲେ । ନଚେତ ତାଙ୍କର ମୃତ୍ୟୁ ଦେଖିବା ନେଇ ମଧ୍ୟ ଜଣାଇଥିଲେ । ଆଉ ଏବେ ତାଙ୍କର ହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+