ଭୁବନେଶ୍ୱର ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା
ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଏଥି ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଭୁବନେଶ୍ୱର: ବାର୍ଥ ଡେ' ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଏଥି ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତ ହେଲେ- ମାଲିଙ୍ଗ, ଦୀପକ ଓ ସ୍ଵାଧୀନ। ଘଟଣାରେ ଆହୁରି କିଛି ଯୁବକ ସାମିଲ ଥିବା ଜଣାପଡିବା ପରେ ପୋଲିସ ତନାଘନା ଚଳାଇଛି । ଆହୁରି ୮ ଜଣଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତ ରବିବାର ଦିନ ଅଭିଯୁକ୍ତ ଦୀପକ ଜନ୍ମଦିନ ପାଳନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ପାର୍ଟି ଚାଲୁ ଥିବାରୁ ଅଧିକ ହୋହାଲ୍ଲା ହେଉଥିଲା। ଏଥିରେ ଅତିଷ୍ଠ ହୋଇ ଜଣେ ମହିଳା ପଡ଼ୋଶୀ ହୋହାଲ୍ଲା ନକରିବାକୁ ସେମାନଙ୍କୁ କହିଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କ କଥାକୁ ଖାତିର କରିନଥିଲେ। ବରଂ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପୀଡ଼ିତାଙ୍କ ଚିତ୍କାର ଶୁଣି କିଛି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି।












Click it and Unblock the Notifications