ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ...
ଭୁବନେଶ୍ବର: ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରେ ଯୁବତୀ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ ଯୁବତୀ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡ଼ିଛି ।

ଯୁବତୀ ଜଣକ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଯୁବତୀ ଜଣଙ୍କ କମ୍ପାନୀ କାମରେ ନିଜର ସହକର୍ମୀଙ୍କ ସହ ଭୁବନେଶ୍ୱର ଆସିଥିଲେ। ହୋଟେଲର ଗୋଟିଏ ରୁମରେ ଯୁବତୀ ତାଙ୍କ ସହକର୍ମୀଙ୍କ ସହ ରହିଥିଲେ। ଆଜି ସକାଳେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ତାଙ୍କ ସହକର୍ମୀଙ୍କର କୌଣସି ପତ୍ତା ମିଳୁନାହିଁ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
ତେବେ ଘଟଣାରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ହୋଟେଲରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ଯୁବତୀଙ୍କୁ କିଏ ହତ୍ୟା କରିଛି ନା ଆଉ କିଛି କାରଣ ଅଛି ତା'ର କାରଣ ଜଣାପଡ଼ିନାହିଁ ।












Click it and Unblock the Notifications