ରାଜଧାନୀରେ ହତ୍ୟା: ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ମୈତ୍ରୀବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ହେଲେ ମାମିନା ପୁର୍ତ୍ତି(୩୦) ।

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ପୁଣି ଏକ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ପାରିବାରିକ କଳହକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି ।

ସୂଚନା ଅନୁଯାଇ, ମୈତ୍ରୀବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ହେଲେ ମାମିନା ପୁର୍ତ୍ତି(୩୦) । ସ୍ୱାମୀ ରଙ୍ଗ୍‌ଲାଲ ପୁର୍ତ୍ତିକୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

murder

ରଙ୍ଗ୍‌ଲାଲ ପେଷାରେ ଜଣେ ରାଜମିସ୍ତ୍ରୀ । ପ୍ରାୟ ସମୟ ମଦ ପିଇ ଆସି ସ୍ତ୍ରୀଙ୍କୁ ମାଡ଼ ମାରନ୍ତି । ଗୁରୁବାର ସକାଳେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପରେ ପଡୋଶୀ ଆସି ଦେଖିଲା ବେଳକୁ ମାମିନା ଘର ଚଟାଣରେ ପଡିଛନ୍ତି । ଏନେଇ ପଡୋଶୀ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରିଛି । କୌଣସି କାରଣରୁ ସ୍ତ୍ରୀକୁ ରଙ୍ଗଲାଲ ପିଟି ପିଟି ମାରି ଦେଇଥିବା ପୋଲିସ କହିଛି । ହେଲେ ମାମିନାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ମିଳିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+