ରାୟଗଡ଼ାରେ ଋଷ ନାଗରିକଙ୍କ ମୃତ୍ୟୁ ପଛରେ କିଏ ?
ଋଷିୟ ନାଗରିକଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା କ୍ରମ ସାମ୍ନାକୁ ଆସୁଛି । ଯାହାକି ଓଡ଼ିଶା ଗୁଇନ୍ଦା ଓ କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାମଲାର ଗୁରୁତ୍ବକୁ ବୁଝି ଏହାର ତଦନ୍ତ ଭାର ନିଜ ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍
ରାୟଗଡ଼ା: ଜିଲ୍ଲାରେ ଋଷିୟ ନାଗରିକଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା କ୍ରମ ସାମ୍ନାକୁ ଆସୁଛି । ଯାହାକି ଓଡ଼ିଶା ଗୁଇନ୍ଦା ଓ କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାମଲାର ଗୁରୁତ୍ବକୁ ବୁଝି ଏହାର ତଦନ୍ତ ଭାର ନିଜ ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତର ତରିକାକୁ ଆହୁରି ବ୍ୟାପକ କରିଛି ।

ତେବେ ଆଜି ରାୟଗଡାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ ରାୟଗଡା ଗସ୍ତ କରିଛନ୍ତି । ରୁଷୀୟ ନାଗରିକ ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁର ରହସ୍ୟ ଖୋଜୁଛି ଏହି ଟିମ୍ ।
ପ୍ରଥମେ ରାୟଗଡା ଟାଉନ ଥାନାରେ ପହଞ୍ଚି ଥାନା ଆଇଆଇସି ଏବଂ ଏସଡିପିଓଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚର ଏହି ଟିମ୍ । ଏହାପରେ ପର୍ଯ୍ୟଟକ ରହୁଥିବା ହୋଟେଲ ସାଇ ଇଣ୍ଟରନେସନାଲର ୨୦୩ ଏବଂ ୩୦୫ ନମ୍ବର ରୁମରେ ଅନୁଧ୍ୟାନ କରିଥିଲେ । ଏହାପରେ ପାଭେଲ ଯେଉଁ ସ୍ଥାନରେ ପଡି ମୃତ୍ୟୁ ବରଣ କରିଥିଲେ ସେହି ସ୍ଥାନକୁ ଯାଇ ଅନ୍ୟ କର୍ମଚାରୀଙ୍କୁ ଜେରା କରିଛନ୍ତି ।
ସେପଟେ ମୃତ୍ୟୁ ବରଣ କରିଥିବା ଦୁଇ ଋଷିୟ ପର୍ଯ୍ୟଟକ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତ ଦେହକୁ ପୋଡ଼ାଯିବା ଘଟଣାକୁ ମଧ୍ୟ ଗୁରୁତର ସହ ନେଇଛି କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ମୁତାବକ କୋଲକାତା ଠାରେ ଥିବା ଋଷର ବାଣିଜ୍ୟ ଦୂତବାସ ପକ୍ଷରୁ ରାୟଗଡ଼ା ଏସପିଙ୍କୁ ମିଳିଥିବା ଏକ ଚିଠି ପରେ ହିଁ ଉଭୟ ମୃତକଙ୍କ ମୃତଦେହକୁ ରାୟଗଡ଼ା ପୋଲିସ ପୋଡ଼ି ଦେଇଥିବା ସ୍ପଷ୍ଟ ହୋଇଛି। ପାବେଲ ଆଣ୍ଟୋଭଙ୍କ ମୃତ୍ୟୁ ପରେ ଋଷର ବାଣିଜ୍ୟ ଦୂତବାସ ପକ୍ଷରୁ ରାୟଗଡ଼ା ଏସପିଙ୍କୁ ମିଳିଥିବା ଏକ ଚିଠି ବା "ପାୱାର ଅପ ଆର୍ଟର୍ଣ୍ଣି" ଏବେ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ ରୁଷୀୟ ୧୯ ତାରିଖରେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଥିଲେ । ୨୦ତାରିଖରେ ଦାରିଙ୍ଗିବାଡିରେ ପହଁଚିଥିଲେ । ସେଠାରେ ଛୁଟି କାଟିବା ପାଇଁ କଟେଜରେ ରହିଥିଲେ । ସାଙ୍ଗ ହୋଇ ମଜା ଉଠାଇଥିଲେ । ଆଉ ତାପରେ ସେମାନେ ରାୟଗଡାକୁ ଆସିଥିଲେ । ରାୟଗଡାକୁ ଆସି ହୋଟେଲରେ ରହିଥିଲେ । ହୋଟେଲରେ ରହିବାର ଦିନକ ପରେ ଭ୍ଲାଦିମିର ବିଦାନାଭଙ୍କର ମୃତ୍ୟୁ ହୋଇଥିଲା । ଭ୍ଲାଦିମିରଙ୍କ ମୃତ୍ୟୁର ଦିନକ ପରେ ପାଭେଲ ଆଂଟୋଭଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications