Get Updates
Get notified of breaking news, exclusive insights, and must-see stories!

କେଉଁ ନୟାଗଡ ନେତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା ଅର୍ଚ୍ଚନା ? ଚାର୍ଜସିଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ...

ନୟାଗଡ଼ର ଜଣେ ନେତା ତଥା ବ୍ୟବସାୟୀଙ୍କୁ ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ଇଡି ଚାର୍ଜସିଟରୁ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି । ତେବେ କିଏ ସେ ନୟାଗଡ଼ର ନେତା ଓ ବ୍ୟବସାୟୀ ? ଯାହାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା ହନିଟ୍ରାପ୍‌ କୁଇନ୍‌ ।

ଭୁବନେଶ୍ୱର: ଲେଡି ବ୍ଲାକମେଲର ତଥା ହନିଟ୍ରାପ କୁଇନ ମାମଲାରେ ଏବେ ଏକ ନୂଆ ଲିଙ୍କ ସାମ୍ନାକୁ ଆସିଛି । ନୟାଗଡ଼ର ଜଣେ ନେତା ତଥା ବ୍ୟବସାୟୀଙ୍କୁ ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ଇଡି ଚାର୍ଜସିଟରୁ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି । ତେବେ କିଏ ସେ ନୟାଗଡ଼ର ନେତା ଓ ବ୍ୟବସାୟୀ ? ଯାହାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା ହନିଟ୍ରାପ୍‌ କୁଇନ୍‌ ।

Archana Nag

ତେବେ ଏହି ମାମଲାରେ ଇଡି ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚାରର୍ସିଟ୍ ଦାଖଲ କରିଥିଲା । ଯେଉଁଥିରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବ୍ୟବହାର କରି ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଧମକାଇ ଥିଲୋ । ଏହାସହ ଟଙ୍କା ଆଦାୟ କରିବା ଯୋଜନା କରିଥିବା ଇଡି ଚାର୍ଜସିଟରେ ଉଲ୍ଲେଖ କରିଛି । ସେହିଭଳି ନୟାଗଡ଼ର ଜଣେ ବ୍ୟବସାୟୀ ତଥା ରାଜନେତାଙ୍କୁ ଧମକାଇବା ସହ ଟଙ୍କା ହଡପ କରିଥିବା ଚାର୍ଜସିଟରେ ଲେଖା ଯାଇଛି । ଏବେ ପ୍ରଶ୍ନ ଉଠୁଛି, କିଏ ସେହି ନୟାଗଡ଼ର ନେତା ? ଯାହାଙ୍କୁ ବ୍ଲାକମେଲ୍‌ କରୁଥିଲା ଅର୍ଚ୍ଚନା ନାଗ।

ଅନ୍ୟପଟେ ଇଡିଟ ଆଶଙ୍କା କରୁଛି ଯେ, ଅର୍ଚ୍ଚନାର ଟଙ୍କା କାରବାର ଚେର ବିଦେଶକୁ ମଧ୍ୟ ଲମ୍ବି ଥାଇପାରେ। ତେଣୁ ଅଧିକ ତଦନ୍ତ ପାଇଁ କୋର୍ଟଙ୍କ ଅନୁମତି ମାଗିଛି । ଜବତ ହୋଇଥିବା ଅଭିଯୁକ୍ତଙ୍କ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବାକୁ ମଧ୍ୟ ଇଡି କୋର୍ଟଙ୍କ ଅନୁମତି ମାଗିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+