ଇଂରାଜୀ ଫିଲ୍ଖ ଦେଖି ଦୁଷ୍କର୍ମ
ହାଇଦ୍ରାବାଦ ଜୁବଲି ହିଲ୍ସରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ଅଭିଯୁକ୍ତ ରଖିଲେ ଗଣଦୁଷ୍କର୍ମର ଅଜବ କାରଣ । କହିଲେ ଇଂରାଜୀ ଫିଲ୍ମ ଏବଂ ସିରିଜରୁ ଅନୁପ୍ରାଣିତ ହୋଇ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ।
ହାଇଦ୍ରାବାଦ: ହାଇଦ୍ରାବାଦ ଜୁବଲି ହିଲ୍ସରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ଅଭିଯୁକ୍ତ ରଖିଲେ ଗଣଦୁଷ୍କର୍ମର ଅଜବ କାରଣ । କହିଲେ ଇଂରାଜୀ ଫିଲ୍ମ ଏବଂ ସିରିଜରୁ ଅନୁପ୍ରାଣିତ ହୋଇ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତଙ୍କ କହିବାନୁଯାୟୀ, ପରୀକ୍ଷା ପରେ ସେମାନେ ଫ୍ରି ଥିବା ବେଳେ ପାର୍ଟି ପବରେ ଦିନ କାଟୁଥିଲେ ।

ଦୁଷ୍କର୍ମ ଘଟିବା ଦିନ ମଧ୍ୟ ସେମାନେ ପବ୍ ଯାଇଥିଲେ । ସେଠାରେ ସେମାନେ ପୀଡିତା ଓ ତାଙ୍କ ବନ୍ଧୁଙ୍କୁ ଭେଟିଥିଲେ । କିଛି ସମୟ କଥାବାର୍ତ୍ତା ପରେ ସେମାନଙ୍କ ସହ ଡେଟରେ ଯିବାକୁ ଚାହିଁଥିଲେ ନାବାଳକ । ହେଲେ ଦୁଇ ଝିଅ ହସି ଦେଇଥିଲେ । ଏହାପରେ ଅଭିଯୁକ୍ତ ନାବାଳକମାନେ ସେମାନଙ୍କ ସହ ବାହାରକୁ ଯିବାକୁ କହିବାରୁ ଦୁଇ ନାବାଳିକା ତାଙ୍କୁ ଗାଳି କରି ସେଠାରୁ ଚାଲି ଯାଇଥିଲେ ।
ଯେଉଁଥିରେ ରାଗି ଯାଇ ଅଭିଯୁକ୍ତମାନେ ଦୁହିଁଙ୍କୁ ପିଛା କରିଥିଲେ । ଅଧାବାଟରେ ନାବାଳିକାଙ୍କ ବନ୍ଧୁ ନିଜ ଘରକୁ ଚାଲିଯିବା ପରେ ତାଙ୍କୁ ଘରେ ଛାଡି ଦେବାକୁ କହି ଅଭିଯୁକ୍ତମାନେ ନିଜ ଗାଡିରେ ବସାଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛି ।












Click it and Unblock the Notifications