ଭିଡିଓ: ହଠାତ୍ ଆକ୍ରମଣ କଲେ ଦୁର୍ବୁତ୍ତ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଲା ଜୀବନ

ଜଣେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଯାଇଛି ଜୀବନ । ଲୁଟର ଶୀକାର ହେବାରୁ ରକ୍ଷା ପାଇଛନ୍ତି ଗାଡି ଚାଳକ।

ଯାଜପୁର: ନିଛାଟିଆ ରାତିରେ ରାଜପଥରେ ଲୁଟରାଙ୍କ ଆତଙ୍କ ଆଜି କାଲି ବଢିବାରେ ଲାଗିଛି । ତେବେ ଯାଜପୁର ଜିଲ୍ଲାରୁ ଏମତି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯାହାର ପୁରା ଦୃଶ୍ୟ ଗାଡିର ଡାସବୋର୍ଡ କ୍ୟାମେରାରେ ରେକର୍ଡ ହୋଇଛି । ଜଣେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଯାଇଛି ଜୀବନ । ଲୁଟର ଶୀକାର ହେବାରୁ ରକ୍ଷା ପାଇଛନ୍ତି ଗାଡି ଚାଳକ।

Car Hijack

ଡିସେମ୍ବର 18 ତାରିଖର ଘଟଣା । ଭିଡିଓରେ ରେକର୍ଡ ହୋଇଥିବା ଏହି ଦୃଶ୍ୟରୁ ଅନୁମାନ କରାଯାଉଛି, ବିଳମ୍ବିତ ରାତିର ଏହି ଘଟଣା । ସମୟ ପ୍ରାୟ ରାତି 1 ବାଜି 30 ମିନିଟ । ହଠାତ ରାସ୍ତା ଉପରକୁ ମାଡି ଆସିଲେ କିଛି ଦୁର୍ବୃତ୍ତ । ଟ୍ରଚ ଲାଇଟ ପକାଇ କାରକୁ ଅଟକାଇବାକୁ ପ୍ରୟାସ କରିଥିଲେ । ତେବେ ଗାଡି ଚାଳକ ଜଣଙ୍କ ଗାଡି ଅଟକାଇବା ପରେ ଅନ୍ୟ କିଛି ଦୁର୍ବୁତ୍ତ କିଛି ବାଡି ଧରି ତାଙ୍କ ଆଡକୁ ଆକ୍ରମଣ କରିବାକୁ ଆସିଥିଲେ ।

ମାତ୍ର ଦୁର୍ବୁତ୍ତ ମାନେ ଗାଡି ଚାଳକଙ୍କ ପଖରେ ପହଞ୍ଚିବା ପୂର୍ବରୁ ଗାଡି ଡ୍ରାଇଭର ଜଣଙ୍କ ଗାଡିକୁ ପଛୁଆ ପଛୁଆ ଅତି ତୀବ୍ର ବେଗରେ ନେଇଯାଇଥିଲେ । ଯାହା ଫଳରେ ସେ ଲୁଟର ଶୀକାର ହେବାରୁ ରକ୍ଷା ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+