Get Updates
Get notified of breaking news, exclusive insights, and must-see stories!

ଭିସୁଟ ଛାତ୍ରୀ ମୃତ୍ୟୁ ମାମଲା: ଗଳାର ଦାଗ ବଢ଼ାଉଛି ସସପେନ୍ସ; ଚିନ୍ମୟୀଙ୍କ ମାଆ କହିଲେ, ମୋ ଝିଅକୁ ତଣ୍ଟି ଚିପି ହୋଇଛି ହତ୍ୟା

ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍ପେନ୍ସ । କେମିତି ହେଲା ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ? ହତ୍ୟା ନା ଆଉ କିଛି ? ସମୟ ଯେତେ ଗଡ଼ୁଛି, ସେତେ ବଢ଼ୁଛି ଏହାକୁ ନେଇ ସସପେନ୍ସ ।

VSSUT Student Suicide Case

ଭୁବନେଶ୍ୱର: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍ପେନ୍ସ । କେମିତି ହେଲା ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ? ହତ୍ୟା ନା ଆଉ କିଛି ? ସମୟ ଯେତେ ଗଡ଼ୁଛି, ସେତେ ବଢ଼ୁଛି ଏହାକୁ ନେଇ ସସପେନ୍ସ । ଚିନ୍ମୟୀଙ୍କ ଗଳାରେ ଥିବା ଦାଗ ଏବେ ଅଧିକ ସନ୍ଦେହ ବଢ଼ାଇଛି । ସେପଟେ ଚିନ୍ମୟୀଙ୍କ ମାଆ କହିଛନ୍ତି ଯେ, ତାଙ୍କ ଝିଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ।

ଚିନ୍ମୟୀଙ୍କ ମାଆ କହିଛନ୍ତି ଲବଙ୍ଗ ସାହୁ କହିଛନ୍ତି ଯେ, ମୋ ଝିଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି । ସେ ଜଣେ ଏନସିସି ଛାତ୍ରୀ । ସେ ଖୁବ ସାହସୀ । କେବେ ବି ସେ ଆତ୍ମହତ୍ୟା କରିନଥିବ । ତା ଛଡା ସେ ଘଟଣା ଦିନ ମା'ଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ସେତେବେଳେ ସେ ସମ୍ପୂର୍ଣ୍ଣ ଖୁସି ଥିଲେ । ସାନ ଭଉଣୀ ଜନ୍ମଦିନ ବୋଲି ଖୁବ ଉତ୍ସାହିତ ଥିଲେ । ହଠାତ ଏମିତି ଚରମ ନିଷ୍ପତି ସେ କାହିଁକି ନେଲା ?

ସେପଟେ ସାମ୍ନାକୁ ଆସିଛି ମାଆଙ୍କ ସହ ଚିନ୍ମୟୀଙ୍କ ଶେଷ ଚାଟ୍ । ମାଆଙ୍କ ସହ କଥା ହୋଇଛନ୍ତି ଚିନ୍ମୟୀ । ସମାବର୍ତନ ଉତ୍ସବରେ ସାମିଲ ହେବା ପରେ କଥା ହୋଇଛନ୍ତି ଚିନ୍ମୟୀ । ସମାବର୍ତନ ଉତ୍ସବର କିଛି ଫଟୋ ପ୍ରୀତିମାନଙ୍କୁ ପଠାଇଥିଲେ ଚିନ୍ମୟ । ରାତି ୯ଟାରେ ସେ ବସରେ ଘରକୁ ଆସିଥାନ୍ତେ । ଏହା ପୂର୍ବରୁ ସଂଧ୍ୟାରେ ମାଆଙ୍କ ସହ ଚିନ୍ମୟୀ କଥା ହୋଇଛନ୍ତି । ରାତି ୯ଟାରେ ସୁଭଶ୍ରୀ ବସର ୮ ନମ୍ବର ସ୍ଲିପରରେ ବସି ଘରକୁ ଆସିଥାନ୍ତେ ବୋଲି ଲେଖିଛନ୍ତି ଚିନ୍ମୟୀ । ତେବେ ଘଟଣାର ତଦନ୍ତ ପାଇଁ ପୋଲିସ ଚିନ୍ମୟୀଙ୍କ ମୋବାଇଲ ସମେତ ପ୍ରୀତିମାନ ଓ ଚିନ୍ମୟୀଙ୍କ ମା'ଙ୍କ ମୋବାଇଲ୍କୁ ଫରେନସିକ୍ ଲାବକୁ ପଠାଇବ । ହ୍ୱାଟ୍ସଆପ୍ ଚାଟ୍ ମଧ୍ୟ ଯାଞ୍ଚ କରାଯିବ । ସେହିପରି ପୁଣି ଥରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବ ।

ଅନ୍ୟପଟେ ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ । ଅନ୍ୟ ଏକ ଟିମ୍ ଚିନ୍ମୟୀଙ୍କ କଳାହାଣ୍ଡି ପୌତୃକ ଘରକୁ ଯିବେ । ସେହିପରି ତୃତୀୟ ଟିମ୍ ପୁରା ମାମଲାର ଅନୁଧ୍ୟାନ କରିବ । ଏହି ଘଟଣାରେ ପ୍ରୀତିମାନ ଦେ' ଏବଂ ତାଙ୍କ ଜଣେ ସାଙ୍ଗଙ୍କ ସହ ତିନି ଜଣଙ୍କୁ ଅଟକ ରଖିଛି ସମ୍ବଲପୁର ପୋଲିସ । ବୁର୍ଲା ଥାନାରେ ହତ୍ୟା ଦଫାରେ ମାମଲା ରୁଜୁ ହୋଇଛି ।

ଉଲ୍ଲେଖଥାଉ କି, ଫେବୃଆରୀ ୨୮ ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ପର ଦିନ ସକାଳୁ ମୃତଦେହ ଉଦ୍ଧାର ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+