ଭିସୁଟ ଛାତ୍ରୀ ଆତ୍ମହତ୍ୟା ମାମଲା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ବୟଫ୍ରେଣ୍ଡ ଭୂମିକା ନେଇ ଉଠିଲା ପ୍ରଶ୍ନ...
ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣା ପଡିଛି ।

ସମ୍ବଲପୁର: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣା ପଡିଛି । ସେପଟେ ଚିନ୍ମୟୀଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟା ମାମଲା ରୁଜୁ କରି ପୁରୁଷ ବନ୍ଧୁ ଓ ଜଣେ ସହପାଠୀଙ୍କୁ ଅଟକ ରଖିଛି ବୁର୍ଲା ପୋଲିସ ।
ତେବେ ଚିନ୍ମୟୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ଅଟକ ବୟଫ୍ରେଣ୍ଡ ପ୍ରୀତିମାନ ଦେଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ଯଦି ପ୍ରୀତିମାନଙ୍କ ଉପସ୍ଥିତିରେ ଚିନ୍ମୟୀ ପାୱାର ଚାନେଲକୁ ଡେଉଁଥିଲେ, ପ୍ରୀତିମାନ ଅଟକାଇବାକୁ ଚେଷ୍ଟା କରିଥିଲେ ନା' ନାହିଁ ? ଯଦି ଚିନ୍ମୟୀ ପାୱାର ଚାନେଲକୁ ଡେଉଁ ଆତ୍ମହତ୍ୟା କରିଛନ୍ତି, ଏହି ଆତ୍ମହତ୍ୟା ପଛରେ ପ୍ରୀତିମାନଙ୍କର କୌଣସି ଭୂମିକା ରହିଛି କି ?
ଉଲ୍ଲେଖଥାଉ କି, ଫେବୃଆରୀ ୨୮ ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ପର ଦିନ ସକାଳୁ ମୃତଦେହ ଉଦ୍ଧାର ହୋଇଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications