Get Updates
Get notified of breaking news, exclusive insights, and must-see stories!

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଖୋଲିଲା ରହସ୍ୟ; ହତ୍ୟା ନୁହେଁ, ପାଣିରେ ବୁଡି ହୋଇଛି ମୃତ୍ୟୁ

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଖୋଲିଲା ରହସ୍ୟ । ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ, କୌଣସି ହତ୍ୟା ନୁହେଁ ପାଣିରେ ବୁଡି ହୋଇଛି ।

VSSUT Student Suicide Case

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଖୋଲିଲା ରହସ୍ୟ । ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ, କୌଣସି ହତ୍ୟା ନୁହେଁ ପାଣିରେ ବୁଡି ହୋଇଛି । ଲାଇ ଡିଟେକସନ ଟେଷ୍ଟର ରିପୋର୍ଟ ଆସିବା ପରେ ଏହା ହତ୍ୟା ନୁହେଁ ବୋଲି ସ୍ପଷ୍ଟ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି ।

ଅନ୍ୟପଟେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ଆଜି ବଣ୍ଡରେ ଛାଡି ଦିଆଯିବ । ଯେତେବେଳେ ଆବଶ୍ୟକ ପଡିବେ ହାଜର ହେବେ । ତେବେ ପୋଲିସକୁ ଅନେକ ପ୍ରମାଣ ମିଳିଥିବା ବେଳେ ପୁରୁଷବନ୍ଧୁ ମିଛ କହି ନଥିବା ସ୍ପଷ୍ଟ ହୋଇଛି ।

ସେପଟେ ଘଟଣାରେ ସିନ୍ ରିକ୍ରିଏସନ କରାଇଛି ପୋଲିସ । ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ନେଇ ସିନ୍ ରିକ୍ରିଏସନ୍ ହୋଇଛି । କେମିତି ହୋଇଥିଲା ଚିନ୍ମୟୀଙ୍କ ମୃତ୍ୟୁ ସେନେଇ ପିସି ବ୍ରିଜରେ ନିକଟରେ ଡେମୋ ଦେଖାଇଛି ପୁରୁଷ ବନ୍ଧୁ । ଫେବ୍ରୁଆରୀ ୨୮ ତାରିଖରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ବେଳେ, ମାର୍ଚ୍ଚ ୧ ତାରିଖରୁ ହତ୍ୟା ମାମଲା ରୁଜୁ କରି ଛାନବିନ୍ ଚଳାଇଛି ପୋଲିସ ।

ଉଲ୍ଲେଖଥାଉ କି, ଫେବୃଆରୀ ୨୮ ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ପର ଦିନ ସକାଳୁ ମୃତଦେହ ଉଦ୍ଧାର ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+