Get Updates
Get notified of breaking news, exclusive insights, and must-see stories!

୧୨ ଘଣ୍ଟା ପରେ ମିଳିଲା ଭିସୁଟ୍ ଛାତ୍ରୀଙ୍କ ମୃତଦେହ, ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ କରିଥିଲେ ଆତ୍ମହତ୍ୟା

ଦୀର୍ଘ ୧୨ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ଭିସୁଟ୍ ଛାତ୍ରୀଙ୍କ ମୃତଦେହ । ଗତକାଲି ରାତି ପ୍ରାୟ ୧୦ଟାରେ ଅଚାନକ ପାୱାର ଚାନେଲ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିଲେ କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀ ।

VSSUT Student Dead Body

ସମ୍ବଲପୁର: ଦୀର୍ଘ ୧୨ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ଭିସୁଟ୍ ଛାତ୍ରୀଙ୍କ ମୃତଦେହ । ଗତକାଲି ରାତି ପ୍ରାୟ ୧୦ଟାରେ ଅଚାନକ ପାୱାର ଚାନେଲ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିଲେ କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀ । ଆଜି ଅଗ୍ନିଶମ ବାହିନୀ ଦ୍ୱାରା ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବୁର୍ଲା SDPO, ଥାନା ଅଧିକାରୀ, ଭିସୁଟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ମିଳିଥିବା ସୂଚନାନୁସାରେ, ଗତକାଲି (ମଙ୍ଗଳବାର) ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ଜଣେ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନି।

ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ତେବେ ଛାତ୍ରୀଙ୍କ କୌଣସି ଖୋଜ ଖବର ମିଳିନଥିଲା । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ଆଜି ସକାଳୁ ମଧ୍ୟ ପୁଣିଥରେ ଖୋଜାଖୋଜି ଚାଲିଥିବା ବେଳେ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ ପୋଲିସ ମୃତ ଛାତ୍ରୀ ଚିନ୍ମୟୀଙ୍କ ବନ୍ଧୁଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଉକ୍ତ ଛାତ୍ରୀ ଜଣଙ୍କ କ୍ୟାମ୍ପସ ଚୟନ ହୋଇଥିବା ବେଳେ ତାଙ୍କ ବନ୍ଧୁଙ୍କୁ ସୁଯୋଗ ମିଳି ନ ଥିଲା। ତେଣୁ ଏହା ପ୍ରେମ ବ୍ୟପାର ନା ଅନ୍ୟ କିଛି କାରଣ ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+