ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
ବ୍ରହ୍ମପୁର ଥାନାର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ କରିଛି । ଗଞ୍ଜାମର ୩ଟି ସ୍ଥାନରେ ଚଢାଉ କରାଯାଇଛି ।
ବ୍ରହ୍ମପୁର: ବ୍ରହ୍ମପୁର ଥାନାର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ କରିଛି । ଗଞ୍ଜାମର ୩ଟି ସ୍ଥାନରେ ଚଢାଉ କରାଯାଇଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା, ନିମଖଣ୍ଡିସ୍ଥିତ ବାସଭବନ ଓ ଭଞ୍ଜନଗର ଗମୁଣ୍ଡିସ୍ଥିତ ପୈତୃକ ଘରେ ରେଡ୍ ଜାରି ରହିଛି ।

ଚଢଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଇନ୍ସ୍ପେକ୍ଟର ସାମିଲ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।ବ୍ରହ୍ମପୁରର ସ୍ପେସାଲ୍ ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଚଢ଼ାଉ କରାଯାଉଥିବାର ସୂଚନା ରହିଛି । ଏନେଇ ଅଧିକ ତଦନ୍ତ ଚାଲିଛି । ଏହାର ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।












Click it and Unblock the Notifications